ସମ୍ବଲପୁର କର୍ଫ୍ୟୁ : ଜାଣନ୍ତୁ, ବିଜେପିର କେଉଁ କେଉଁ ବଡ଼ ନେତାଙ୍କୁ ଗିରଫ କଲା ପୋଲିସ ?

ସମ୍ବଲପୁର କର୍ଫ୍ୟୁ : ଜାଣନ୍ତୁ, ବିଜେପିର କେଉଁ କେଉଁ ବଡ଼ ନେତାଙ୍କୁ ଗିରଫ କଲା ପୋଲିସ ?

ଭୁବନେଶ୍ୱର : ସମ୍ବଲପୁର-ଝାରସୁଗୁଡା ସୀମାରେ ବିଜେପି ବଡ଼ ବଡ଼ ନେତାଙ୍କୁ ଗିରଫ କଲା ପୁଲିସ । ଗିରଫ ପରେ ସମସ୍ତ ନେତାଙ୍କୁ ଠେଲକୋଲି ଥାନାକୁ ନେଇଛି ପୁଲିସ । ସମ୍ବଲପୁର ଦଙ୍ଗାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭେଟିବାକୁ ଯାଉଥିବାବେଳେ ବିଜେପି ନେତାଙ୍କୁ ପ୍ରଥମେ ଅଟକ ରଖି ସେମାନଙ୍କୁ ଗିରଫ କରିଛି ଠେଲକୋଲି ପୁଲିସ । ବିଜେପି ନେତାମାନେ ଶାନ୍ତିପୂର୍ଣ୍ଣ ଭାବେ ସମ୍ବଲପୁର ଗସ୍ତ କରୁଥିବାବେଳେ ତାଙ୍କୁ ବିନା କୌଣସି କାରଣ ନଥାଇ ଗିରଫ କରାଯାଇଥିବାରୁ ଏହାକୁ କଡା ବିରୋଧ କରୁଛି ଦଳ । ଅନ୍ୟପଟେ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଥିବାବେଳେ କର୍ଫ୍ୟୁର ଆଳ ଦେଖାଇ ପୁଲିସ ସେମାନଙ୍କୁ ଅଟକ ରଖିଥିଲା । ହେଲେ ପରେ ସେମାନଙ୍କୁ ଗିରଫ କରିଛି ।

ଏହି ପ୍ରସଙ୍ଗ ସଂସଦରେ ଉଠାଇବେ ବୋଲି କହିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ସେ କହିଛନ୍ତି, ଜିଲ୍ଲାପାଳ ବିଜେପି ନେତାଙ୍କୁ ଅଟକାଇବା ଆଦେଶ ବେଆଇନ୍। ଗତକାଲି ପ୍ରଶାସନ ଅନୁମତି ଦେଇଥିଲା, ହେଲେ ରାତିରେ କଣ ହୋଇଗଲା ଯେ ସେଥିଲାଗି ଅନୁମତି ନେଲାନି?  ସମ୍ବଲପୁରରେ ଅପରାଧୀମାନେ ଖୋଲାଖୋଲି ବୁଲୁଛନ୍ତି, ହେଲେ ସେମାନଙ୍କୁ କାହିଁକି ଗିରଫ କରାଯାଉନି? ମୁଖ୍ୟମନ୍ତ୍ରୀ ଜାପାନ ଯାଇପାରୁଛନ୍ତି, ହେଲେ ସମ୍ବଲପୁର ଆସିପାରିଲେନି। ନିଜର ଆହତ ଲୋକଙ୍କୁ ଭେଟିବାର ସୁଯୋଗ ଦିଆଯାଉନି କାହିଁକି? ସରକାର ଓ ପ୍ରଶାସନ ନିଜର ଦୋଷ ଦୁର୍ବଳତା ଲୁଚାଇବା ଲାଗି ଏଭଳି ପଦକ୍ଷେପ ନେଇଛନ୍ତି।