ଏକାଠି ହେଲେ ଜନସେନା ଓ ବିଜେପି
ହାଇଦ୍ରାବାଦ: ଭାରତୀୟ ଜନତା ପାର୍ଟି ଏବଂ ଜନସେନା ପାର୍ଟି ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ହାତ ମିଳାଇଛନ୍ତି । ଅଭିନେତା-ରାଜନେତା ପୱନ କଲ୍ୟାଣଙ୍କ ଦଳ ଜନସେନା ଏବଂ ବିଜେପି ବର୍ତ୍ତମାନ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ରବିବାର ଦିନ ବିଜେପି ସାଂସଦ କେ ଲକ୍ଷ୍ମଣ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆନୁଷ୍ଠାନିକ ଭାବେ ଦୁଇ ଦଳ ମଧ୍ୟରେ ଆସନ ବଣ୍ଟନ ସମ୍ପର୍କରେ ଘୋଷଣା କରାଯିବ । ଲକ୍ଷ୍ମଣ ଏବଂ ବିଜେପି ରାଜ୍ୟ ୟୁନିଟ୍ ସଭାପତି ଜି କିଶନ ରେଡ୍ଡୀ ଶନିବାର କଲ୍ୟାଣ ଏବଂ ଜନସେନା ନେତା ନାଡେଣ୍ଡଲା ମନୋହରଙ୍କ ସହ କଥା ହୋଇଥିଲେ ।
ରବିବାର ଦିନ ବିଜେପି ସାଂସଦ କେ ଲକ୍ଷ୍ମଣ ଗଣମାଧ୍ୟମକୁ କହିଛନ୍ତି, “ଆମେ ରାଜ୍ୟରେ ଏକାଠି ନିର୍ବାଚନ ଲଢିବୁ । ଉଭୟ ଦଳର ଲକ୍ଷ୍ୟ ଏବଂ ଆକାଂକ୍ଷା ହେଉଛି ନରେନ୍ଦ୍ର ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ହେବା ଦେଖିବା । ସେ କହିଛନ୍ତି ଯେ ସଂସଦ ନିର୍ବାଚନରେ ମୋଦୀଙ୍କ ନେତୃତ୍ୱକୁ ତାଙ୍କ ଦଳ ସମ୍ପୂର୍ଣ୍ଣ ସମର୍ଥନ ଘୋଷଣା କରିବ ବୋଲି କଲ୍ୟାଣ ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତକାଲି କେସିଆର କହିଛି ଯେ ଆଞ୍ଚଳିକ ଦଳର ଯୁଗ ପାଖେଇ ଆସୁଛି ଏବଂ ସନ୍ଧ୍ୟା ସୁଦ୍ଧା ଖବର ଆସିଛି ଯେ ପୱନ କଲ୍ୟାଣଙ୍କ ଜନସେନା ପାର୍ଟି ସହିତ ବିଜେପି ନିର୍ବାଚନ ଲଢିବ ।




admin 