ବିଜେପି ଛାଡ଼ିଲେ ଏହି ବିଧାୟକ ପ୍ରାର୍ଥୀ

ବିଜେପି ଛାଡ଼ିଲେ ଏହି ବିଧାୟକ ପ୍ରାର୍ଥୀ

ଗଞ୍ଜାମ: ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ଏହାକୁ ନେଇ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେଡି ଓ କଂଗ୍ରେସ ନିଜ ନିଜ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି । ନିର୍ବାଚନ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ମଧ୍ୟ ରାଜ୍ୟରେ ଏକପ୍ରକାର ନିର୍ବାଚନୀ ମାହୋଲ ସୃଷ୍ଟି ହୋଇଗଲାଣି । ଏହାରି ଭିତରେ ବିଜେପିକୁ ଏକ ବଡ଼ ଝଟକା ଲାଗିଛି । ତାହା ହେଲା ବିଜେପି ଛାଡ଼ିଲେ ରଞ୍ଜନ ପଲାଇ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରଞ୍ଜନ ପଲାଇ । ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ହେଉଛନ୍ତି ରଞ୍ଜନ ପଲାଇ । ଗତ ନିର୍ବାଚନରେ କବିସୂର୍ୟ୍ୟନଗରରୁ ହୋଇଥିଲେ ବିଧାୟକ ପ୍ରାର୍ଥୀ । ରଞ୍ଜନଙ୍କ ସହ ଶତାଧିକ କର୍ମୀ ଓ ନେତା ବିଜେପି ଛାଡ଼ିଛନ୍ତି । କବିସୂର୍ୟ୍ୟନଗରର ଜଣେ ଭଲ ସଙ୍ଗଠକ ହେଉଛନ୍ତି ରଞ୍ଜନ ପଲାଇ ।