୫-ଟି’ ର କାମ କେବଳ ବିଜେଡିକୁ ନିର୍ବାଚନ ଜିତାଇବା :ବିଜୟ ପଟ୍ଟନାୟକ

୫-ଟି’ ର କାମ କେବଳ ବିଜେଡିକୁ ନିର୍ବାଚନ ଜିତାଇବା :ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି’ ର କାମ କେବଳ ବିଜେଡିକୁ ନିର୍ବାଚନ ଜିତାଇବା ବୋଲି ଅବସରପ୍ରାପ୍ତ ମୁଖ୍ୟ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିବା ସହ କଡ଼ା ଭାଷାରେ କଟାକ୍ଷ କରିଛନ୍ତି। କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟବାସୀଙ୍କ ମୌଳିକ ସମସ୍ୟାର ସମାଧାନ କ୍ଷେତ୍ରରେ ବିପଳ ସରକାର କେବଳ ଫାଇଭ-ଟି ନାଁରେ ପ୍ରହେଳିକା ସୃଷ୍ଟି କରୁଛି ।

୧୮ମାସ ମଧ୍ୟରେ ଷ୍ଟାଡ଼ିୟମ ନିର୍ମାଣ କରିଦେଲେ, ଅଥଚ ଲୋକଙ୍କୁ ପିଇବା ପାଇଁ ପାଣି ଟୋପାଏ ଦେଇପାରୁନାହାନ୍ତି । ନବରଙ୍ଗପୁରରେ ବୃଦ୍ଧା ଚୌକି ଧରି ବ୍ୟାଙ୍କ ଗଲେ, ଏଥିରୁ ଟେକ୍ନୋଲୋଜି ଜଣାପଡ଼ୁଛି । ଆଉ ଟ୍ରାନ୍ସପରେନ୍ସିର ପ୍ରଚାର ହେଉଛି କିନ୍ତୁ କୌଣସି ଖର୍ଚ୍ଚର ହିସାବ ସରକାର ଦେଇପାରୁନାହାନ୍ତି । ସ୍କୁଲରେ କୋଠରୀ ନାହିଁ, କାନ୍ଥ ରଙ୍ଗ ବଦଳାଇ ଫାଇଭ-ଟି ଟ୍ରାନ୍ସଫରମେସନ କରୁଛନ୍ତି । ସରକାରଙ୍କ ଏହି ‘ଫାଇଭ-ଟି’ର ମିଥ୍ୟା ପ୍ରଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ନବନଯୁକ୍ତ ପ୍ରଚାର ବିଭାଗର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ ଯେ, ୫ଟି ଶାସନ ନାଁରେ ପ୍ରହସନ ଚାଲିଛି ବୋଲି କଟାକ୍ଷ କରିଛନ୍ତି । କେବଳ ମିଥ୍ୟା ଆଉ ମିଥ୍ୟାକୁ ନେଇ ସରକାର ଚାଲିଛି। ମିଥ୍ୟା ବନାମ ବାସ୍ତବତା ପ୍ରସଙ୍ଗ ଉଠାଇ ‘ଫାଇଭ-ଟି’ର ବାଖ୍ୟାତ୍ମକ ବର୍ଣ୍ଣନା ସହ ୫ ଗୋଟି ଉଦାହରଣ ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଥମ-ଟି ଅର୍ଥାତ ଟ୍ରାନ୍ସପରେନ୍ସି ବା ସ୍ୱଚ୍ଛତାର ଡିଣ୍ଡିମ ସରକାର ପିଟୁଛନ୍ତି କିନ୍ତୁ ପାନୀୟ ଜଳ ପ୍ରକଳ୍ପ ଓ ଉପଲବ୍‌ଧି ସଂକ୍ରାନ୍ତରେ ପ୍ରଶ୍ନ କଲେ ‘ତଥ୍ୟ ସଂଗ୍ରହ କରାଯାଇଛି' ବୋଲି ଉତ୍ତର ମିଳୁଛି।