୪ ମାସ ପରେ ସଂସ୍କାର ହେବ ୨୮ ମୃତଦେହ : ବାହାନଗା ରେଳ ଦୁର୍ଘଟଣା

୪ ମାସ ପରେ ସଂସ୍କାର ହେବ ୨୮ ମୃତଦେହ : ବାହାନଗା ରେଳ ଦୁର୍ଘଟଣା

ଭୁବନେଶ୍ବର : ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାକୁ ୪ ମାସ ପରେ ୨୮ ମୃତଦେହ ସଂସ୍କାର କରାଯିବ। ଚିହ୍ନଟ ହୋଇନପାରି ଭୁବନେଶ୍ବର ଏମ୍‌‌ସରେ ବାତାନୁକୂଳିତ କଣ୍ଟେନରରେ ରଖାଯାଇଥିବା ୨୮ ମୃତଦେହକୁ ସଂସ୍କାର କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଦୁର୍ଘଟଣା ପରେ ଦୁଇଟି ପର୍ଯ୍ୟାୟରେ ମୋଟ ୧୬୨ଟି ମୃତଦେହ ଭୁବନେଶ୍ୱର ଏମ୍‌‌ସକୁ ଆସିଥିଲା। ସେଥିମଧ୍ୟରୁ ୧୩୪ଟିକୁ ଚିହ୍ନଟ କରାଯିବା ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ସରିଥିବା ବେଳେ ଆଉ ୨୮ ମୃତଦେହ ସେମିତି କଣ୍ଟେନ ଭିତରେ ରହିଥିଲା। ଏହି ମୃତଦେହ ଗୁଡିକ କାହାର ତାହା ଚିହ୍ନଟ ହୋଇପାରିନଥିବା ବେଳେ କେହି ଦାବିଦାର ମଧ୍ୟ ଆସୁନାହାନ୍ତି। ତେବେ ଭୁବନେଶ୍ବର ଏମ୍‌‌ସରେ ବାତାନୁକୂଳିତ କଣ୍ଟେନରରେ ଥିବା ୨୮ ମୃତଦେହକୁ ସଂସ୍କାର କରିବା ପାଇଁ ବାହାନଗା ରେଳ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ପରେ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲାପାଳ ନେଇ ଭୁବନେଶ୍ବର ମହାନଗର ନିଗମ(ବିଏମସି)କୁ ଚିଠି କରିବା ପରେ ବିଏମସି ମୃତଦେହକୁ ସଂସ୍କାର କରିବା ପାଇଁ SOP ଜାରି କରିଛି। SOP ଅନୁସାରେ, AIIMS ଭୁବନେଶ୍ଵରରୁ ମୃତ ଦେହ ହସ୍ତାନ୍ତର ଠାରୁ ଆରମ୍ଭ କରି ଶବ ସଂସ୍କାର ଯାଏଁ ସବୁକିଛି ଭିଡିଓଗ୍ରାଫି ହେବ । ସୂଚନାଯୋଗ୍ୟ  ଗତ ଜୁନ ମାସ ୨ ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣାର ୧୬୨ଟି ମୃତକଙ୍କ ଶବ ଦୁଇଟି ପର୍ଯ୍ୟାୟରେ ଭୁବନେଶ୍ୱର ଏମ୍‌‌ସକୁ ଅଣାଯାଇଥିଲା। ଫଟୋ ସମେତ ବିଭିନ୍ନ ଚିହ୍ନଟ ପ୍ରକ୍ରିୟା ମାଧ୍ୟମରେ ପର୍ଯ୍ୟାୟ କ୍ରମେ ୮୧ଟି ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବାକି ୮୧ଟି ଶବକୁ ଏକାଧିକ ଲୋକ ନିଜର ସମ୍ପର୍କୀୟ ବୋଲି ଦାବି କରିଥିଲେ। ଏମିତିକି ଗୋଟିଏ ମୃତଦେହର ୪/୫ଟି ଦାବିଦାର ବାହାରିଥିଲେ। ଏଭଳି ହେବା ଯୋଗୁଁ ମୃତଦେହ ହସ୍ତାନ୍ତରରେ ସମସ୍ୟା ଦେଖା ଦେଇଥିଲା।

ଏକାଧିକ ଦାବିଦାର ଥିବା ମୃତଦେହ ଚିହ୍ନଟ ପାଇଁ ଡିଏନ୍‌‌ଏ ପରୀକ୍ଷା କରାଇବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଥିଲା।  ୧୧୯ ଜଣ ସମ୍ପର୍କୀୟଙ୍କ ରକ୍ତ ନମୁନା ମୃତକଙ୍କ ଡିଏନଏ ସହିତ ମ୍ୟାଚ କରାଯିବା ପରେ ୫୩ ଜଣ ମୃତକଙ୍କ ପରିଚୟ ମିଳିଥିଲା।ସେଥିମଧ୍ୟରୁ ୫୨ଟି ମୃତଦେହ ଅଗଷ୍ଟ ମାସ ୨ ତାରିଖ ସୁଦ୍ଧା ହସ୍ତାନ୍ତର କରାଯାଇଥିଲା। ଅଗଷ୍ଟ ମାସ ଠାରୁ ସେପ୍ଟେମ୍ୱର ମାସ ମଧ୍ୟରେ ଆଉ ମାତ୍ର ଗୋଟିଏ ମୃତଦେହ ଚିହ୍ନଟ କରାଯାଇ ହସ୍ତାନ୍ତର କରାଯାଇଥିଲା। ତେବେ ଆଉ ରହିଥିଲା ୨୮ ମୃତଦେହର କେହି ଦାର ଆସିନଥିଲେ। ଯାହା ଫଳରେ ସେହି ମୃତହେଦ ଗୁଡିକର ସଂସ୍କାର କରାଯିବାକୁ ନିଷ୍ପତ୍ତି ହୋଇଛି।