ପୁଣି ଗୁରୁବାର ୧୦ଟା ଯାଏ ଗୃହ ମୁଲତବି
assembly odisha
ଭୁବନେଶ୍ବର: ଗୃହର ମଧ୍ୟଭାଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ଆସି ନାରାବାଜି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ନେଇ ବିଜେଡି ସଦସ୍ୟମାନେ ନିଜ ଆସନରେ ଛିଡା ହୋଇ ନାରାବାଜି କରିଥିଲେ।
ଗୁରୁବାର ମୋସନ ଜରିଆରେ ବିରୋଧୀଙ୍କ ଦାବି ଆଲୋଚନା ହେବା ନେଇ ବାଚସ୍ପତିଙ୍କ ଘୋଷଣା ପରେ ବି ବିରୋଧୀଙ୍କ ହଟଗୋଳ କମି ନଥିଲା। ପ୍ଲାକାର୍ଡ ଧରି ନାରାବାଜିକୁ ଜାରି ରଖିଥିଲେ। ବାଚସ୍ପତିଙ୍କ ଅନୁରୋଧ ରକ୍ଷା କରି ବିଜେଡି ନାରାବାଜିରୁ ବିରତି ରହି ଆଲୋଚନାରେ ଭାଗ ନେଇଥିଲେ। ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବକ୍ତବ୍ୟ ରଖିଥିଲେ। ତଥାପି ହଟଗୋଳ ଲାଗି ରହିବାରୁ ଗୁରୁବାର ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଛନ୍ତି।




admin 