ଏବେବି ଦାୟିତ୍ବ ଶେଷ ହୋଇନାହିଁ ; ରେଳମନ୍ତ୍ରୀ

ଏବେବି ଦାୟିତ୍ବ ଶେଷ ହୋଇନାହିଁ ; ରେଳମନ୍ତ୍ରୀ

ଭୁବନେଶ୍ବର: ୫୧ ଘଣ୍ଟାର ସଂଘର୍ଷ ପରେ ଟ୍ରାକରେ ଗଡ଼ିଲା ଟ୍ରେନ୍ । ରବିବାର ରାତିରେ ରେଳମନ୍ତ୍ରୀଙ୍କ ଉପସ୍ଥିତ ବାହାନଗାରୁ ମାଲବାହୀ ଟ୍ରେନ୍ ଦୌଡ଼ିଛି । ରେଳ ବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ମେନ ଲାଇନ୍ ଓ ଡାଉନ ମେନ୍ ଲାଇନ୍ କାମ ଶେଷ ହୋଇଛି । ଦୁର୍ଘଟଣାସ୍ଥଳରୁ ତିନୋଟି ଟ୍ରେନ୍ ଗଡ଼ିବା ପରେ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ରେଳମନ୍ତ୍ରୀ । ହେଲେ ଏବେବି ଦାୟିତ୍ବ ଶେଷ ହୋଇନାହିଁ । ରେଳ ଦୁର୍ଘଟଣାରେ ନିଖୋଜ ହୋଇଥିବା ଯାତ୍ରୀଙ୍କୁ ରେଳ ବିଭାଗ ଖୋଜିବ ବୋଲି ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

ବାହାନଗା ରେଳ ଦୁର୍ଘଟଣାରେ ୨୭୫ଜଣ ପ୍ରାଣ ହରାଇଛନ୍ତି । ସେହିପରି ହଜାରେରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହାଛଡ଼ା ୫୬ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତେବେ ରେଳ ଦୁର୍ଘଟଣାରେ ନିଖୋଜ ହୋଇଥିବା ଲୋକଙ୍କୁ ରେଳ ବିଭାଗ ଖୋଜିବ।  ଏବେବି ଦାୟିତ୍ବ ଶେଷ ହୋଇନାହିଁ । ଦୁର୍ଘଟଣାରେ ନିଖୋଜ ହୋଇଥିବା ଯାତ୍ରୀଙ୍କୁ ତାଙ୍କ ପରିବାର ଲୋକ ଯେପରି ଶୀଘ୍ର ଖୋଜି ପାଇବେ, ସେଥିପାଇଁ ରେଳ ବିଭାଗ ସହଯୋଗ କରିବ ବୋଲି ରେଳମନ୍ତ୍ରୀ କହିଛନ୍ତି ।
ବାହାନଗା ରେଳ ଦୁର୍ଘଟଣା ଇଣ୍ଟର ଲକିଂ ଓ ପଏଣ୍ଟ ମେସିନ୍ ପରିବର୍ତ୍ତନ ଯୋଗୁଁ ଏଭଳି ବଡ଼ ଦୁର୍ଘଟଣା ହୋଇଛି । ଏଥିରେ ଟ୍ୟାପରିଂ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ସିଗ୍‌ନାଲ ମିଳିବା ପରେ କରମଣ୍ଡଳ ଏକ୍ସପ୍ରେସକୁ ମେନ୍ ଲାଇନରେ ଛଡ଼ା ଯାଇଥିଲା । ମାତ୍ର ଟ୍ରେନ୍ ଲୁପ୍ ଲାଇନକୁ ପ୍ରବେଶ କରିଥିଲା ଏବଂ ଏକ ମାଲବାହୀ ଗାଡ଼ିକୁ ଧକ୍କା ଦେଇଥିଲା । ଯାହା ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଗଲା  । ଏଥିରେ ଭୟଙ୍କର ଦୁର୍ଘଟଣାରେ ୨୭୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇଛନ୍ତି ।