ଝାରପଡା ଜେଲ୍‌ରେ ସାବିିତ୍ରୀ ପାଳୁଛନ୍ତି ଅର୍ଚ୍ଚନା

ଝାରପଡା ଜେଲ୍‌ରେ ସାବିିତ୍ରୀ ପାଳୁଛନ୍ତି ଅର୍ଚ୍ଚନା

ଭୁବନେଶ୍ୱର : ଆଜି ସାବିତ୍ରୀ ବ୍ରତ। ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ ଏବଂ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ସମସ୍ତ ଶପଥ ପାଳନ କରନ୍ତି। ଭଲ ଭାଗ୍ୟ ପାଇବା ପାଇଁ ସାବିତ୍ରୀ ଉପବାସ ମଧ୍ୟ ଏକ ବଡ଼ ଉପବାସ ଭାବରେ ବିବେଚନା କରାଯାଏ । ଏହି ବ୍ରତକୁ ଜ୍ୟେଷ୍ଠ କୃଷ୍ଣ ଅମାବାସ୍ୟା ପାଳନ କରାଯାଏ । ଏହି ଦିନ ମହିଳାମାନେ ଷୋହଳ ଶୃଙ୍ଗାର କରି ଏବଂ ସ୍ୱାମୀଙ୍କ ପାଇଁ ଦୀର୍ଘ ଜୀବନ ପାଇଁ ଉପବାସ କରନ୍ତି ।

ଓଡ଼ିଶା ବିଭିନ୍ନ ଜେଲ୍ ବନ୍ଦୀ ଥିବା ମହିଳାମାନେ ମଧ୍ୟ ସାବିତ୍ର ପାଳନ କରିଥାନ୍ତି। ଏଥିପାଇଁ ଜେଲ୍ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥାଏ। ଝାରପଡା ଜେଲ୍‌ରେ ବିଚାରଧୀନ ଓ ସଜା କାଟୁଥିବା ମହିଳା କଏଦୀମାନେ ପାଳିବେ ସାବିତ୍ରୀ । ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ ଅନୁସାରେ ଝାରପଡା ଜେଲ୍‌ର ମାମୁନି ଦାଶ ସମସ୍ତଙ୍କ ପାଇଁ ଶାଢ଼ୀ, ଶଙ୍ଖା ସିନ୍ଧୁରର ଓ ଫଳମୂଳ ଯୋଗାଇ ଦେଇଛନ୍ତି । ଶୁକ୍ରବାର ପୂର୍ବାହ୍ଣରେ ଜେଲ୍‌ କ୍ୟାମ୍ପସ୍‌ରେ ଥିବା ହନୁମାନ ମନ୍ଦିରେ ସାମୁହିକ ସାବିତ୍ରୀ ବ୍ରତ ପାଳିବେ ଏହି ମହିଳା କଏଦୀମାନେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକଡା କରାଯାଇଛି । ସାଧାରଣ ଲୋକଙ୍କୁ ପାଇଁ ବାରଣ ମଧ୍ୟ ଅଛି । ଏହି ୨୩ ମହିଳାଙ୍କ ଭିତରେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମଧ୍ୟ ସାବିତ୍ରୀ ପାଳିବେ । ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଜେଲ୍‌ ଭିତରେ ଅଛନ୍ତି । ଅର୍ଚ୍ଚନା ଜେଲ୍‌ କତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି ପୂଜା ପରେ ସେ ତାଙ୍କ ସ୍ୱାମୀଙ୍କୁ ସାକ୍ଷାତ କରିବା ପାଇଁ।