ଓପିଟିସିଏଲରେ ୪୧୨ ଜଣଙ୍କୁ ମିଳିଲା ନିଯୁକ୍ତି

ଓପିଟିସିଏଲରେ ୪୧୨ ଜଣଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର :  ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚରଣ ନିଗମ ଲିମିଟେଡ(ଓପିଟିସିଏଲ)ରେ ଆଜି ୪୧୨ ଜଣଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି। ନବ ନିଯୁକ୍ତଙ୍କ ମଧ୍ୟରେ ୧୬୧ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନିୟର, ୫୪ ଜଣ କାର୍ୟ୍ୟାଳୟ ସହାୟକ ଏବଂ ୧୯୭ ଜଣ ଇଲେକ୍ଟ୍ରିକାଲ ଟେକ୍ନିସିଆଲ ସାମିଲ ଅଛନ୍ତି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି କାର୍ୟ୍ୟକ୍ରମରେ ନବ ନିଯୁକ୍ତଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶାସନ ପ୍ରଣାଳୀରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ୫-ଟି ମନ୍ତ୍ର ଆପଣେଇଥିବା ମତ ରଖିବା ସହ ସମସ୍ତ ନୂତନ ବୃତ୍ତିଗତମାନଙ୍କୁ ୫-ଟି ମନ୍ତ୍ରର ଅନୁପାଳନ କରିବାକୁ ଆହ୍ୱାନ ଦେଇଥିଲେ । ୫-ଟି ମନ୍ତ୍ର ଅନୁପାଳନ ଦ୍ୱାରା ଆମେ ନିଶ୍ଚିତଭାବେ ରାଜ୍ୟବାସୀଙ୍କୁ ଗୁଣାତ୍ମକ, ନିରାପଦ ଏବଂ ନିର୍ଭରଯୋଗ୍ୟ ଶକ୍ତି ଯୋଗାଇଦେବାକୁ ନେଇ ଆମର ଲକ୍ଷ୍ୟ ହାସଲ କରିପାରିବା ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବିଦ୍ୟୁତ୍‌ ଉତ୍ପାଦନ ବୃଦ୍ଧି ତଥା ପରିବହନ ଏବଂ ବିତରଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ତାଙ୍କ ସରକାର ବିଦ୍ୟୁତ୍‌ କ୍ଷେତ୍ରରେ ଯଥେଷ୍ଟ ବିନିଯୋଗ କରୁଛନ୍ତି । ବର୍ତ୍ତମାନ ଓଡ଼ିଶା ଏକ ବିଜୁଳି ବଳକା ରାଜ୍ୟ ଅଟେ । ୨୦୦୦ ମସିହାରେ ରାଜ୍ୟରେ ବିଜୁଳି ଉପଭୋକ୍ତାଙ୍କ ସଂଖ୍ୟା ୧୬ଲକ୍ଷରୁ ବର୍ତ୍ତମାନ ତାହା ୯୭ ଲକ୍ଷକୁ ବୃଦ୍ଧି ପାଇଛି । ରାଜ୍ୟ ବର୍ଷବ୍ୟାପୀ ଏହାର ସର୍ବାଧିକ ବିଜୁଳି ଆବଶ୍ୟକତା ୫୩୦୦ ମେଗାୱାର ବିଜୁଳି ଚାହିଦାକୁ ସହଜରେ ପୂରଣ କରିପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପାଇଁ ଏକ ବଡ଼ ଦାୟିତ୍ୱ ଅଟେ । ସଫଳତା ପାଇବା ପାଇଁ ୫-ଟି ମନ୍ତ୍ରର ଅନୁପାଳନ କରିବାକୁ ଏହି ଅବସରରେ ଶକ୍ତିମନ୍ତ୍ରୀ ନବନିଯୁକ୍ତଙ୍କୁ ପରାମର୍ଶ ଦେଇଥିଲେ ।