ଗୋମିତ୍ର ନିଯୁକ୍ତି ବୟସସୀମା ୪୫ରୁ ୫୫ ବର୍ଷକୁ କୋହଳ
ଭୁବନେଶ୍ୱର: ପ୍ରାଣୀସମ୍ପଦ ବିକାଶ ଅଧୀନ କାର୍ୟ୍ୟାଳୟଗୁଡ଼ିକରେ ଖାଲିଥିବା ଆଟେଣ୍ଡାଣ୍ଟ ଗ୍ରୁପ୍-ଡି ପଦବିରେ ନିଯୁକ୍ତି ହେବେ ଗୋମିତ୍ର । ଏନେଇ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି ।
ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କ୍ରମେ ଗୁରୁବାର ବିଭାଗ ପକ୍ଷରୁ ୨୦୧୭ ମସିହାରେ ଜାରି ହୋଇଥିବା ସଂକଳ୍ପରେ ଆବଶ୍ୟକ ସଂଶୋଧନ କରାଯାଇଛି । ସର୍ବୋଚ୍ଚ ବୟସସୀମା ୪୫ରୁ ୫୫ ବର୍ଷକୁ କୋହଳ କରାଯାଇଛି । ନିଯୁକ୍ତି ନିମନ୍ତେ ଗୋମିତ୍ରଙ୍କର ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତା ଥିବ । ନିଯୁକ୍ତି କମିଟିର ବୈଠକ ବସିବା ବର୍ଷର ଜାନୁଆରୀ ମାସ ପହିଲା ସୁଦ୍ଧା ୫୫ ବର୍ଷ ମଧ୍ୟରେ ହୋଇଥିଲେ ଅଗ୍ରାଧିକାର ମିଳିବ । ନିଯୁକ୍ତ ପରେ ମଧ୍ୟ ଯଦି କୌଣସି ବଳକା ଗୋମିତ୍ର ରହିଯାଇ ଥାଆନ୍ତି, ଖାଲିଥିବା ବାକି ଜିଲ୍ଲାର ଆଟେଣ୍ଡାଣ୍ଟ ପଦବିରେ ନିଯୁକ୍ତି ଦିଆଯାଇପାରିବ । ଏହାଦ୍ୱାରା ଗୋମିତ୍ରଙ୍କର ଦୀର୍ଘଦିନର ଦାବି ପୂରଣ ହୋଇଛି ।




admin 