କେତେ କ୍ଷତିକାରକ ହୋଇଥାଏ ଏହି ଗର୍ଭନିରୋଧକ ବଟିକା : ଜାଣିଲେ ହେବେ ଆଶ୍ଚର୍ୟ୍ୟ
ଅନିଚ୍ଛାରେ ଗର୍ଭଧାରଣରୁ ରକ୍ଷା ପାଇବା ପାଇଁ ଅଧିକାଂଶ ମହିଳା ଗର୍ଭଧାରଣ ବଟିକା ବ୍ୟବହାର କରିଥାଆନ୍ତି। କିନ୍ତୁ ଏହା ବ୍ୟବହାର କରିବା ହାନିକାରକ ହୋଇଥାଏ। ଏହା ଦ୍ବାରା ଆପଣଙ୍କ ମୁଡରେ ମଧ୍ୟ ପରିବର୍ତ୍ତନ ଆସିବ ଏବଂ ଶାରିରୀକ ସମ୍ପର୍କ ସ୍ଥାପନ କରିବାକୁ ମଧ୍ୟ ଆଉ ଇଚ୍ଛା ହେବ ନାହିଁ। ଏହା ବ୍ୟବହାର କରିବା ଦ୍ବାରା ଭୟଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଯିବ।
ଗର୍ଭନିରୋଧକ ବଟିକାରେ ପ୍ରୋଜେଷ୍ଟୋନ୍ ଏବଂ ଏଷ୍ଟ୍ରୋଜେନର କୃତ୍ରିମ ମାତ୍ରା ରହିଥିବାରୁ ଏହା ଟେଷ୍ଟୋଷ୍ଟେରନର ମାତ୍ରାକୁ କମ୍ କରି ଅନିଚ୍ଛାରେ ଗର୍ଭଧାରଣକୁ ରୋକିଥାଏ କିନ୍ତୁ ଏହା ଦ୍ବାରା ଭାଜାଇନାଲ ଡ୍ରାଏନେସ୍ ଆସିବା ଫଳରେ ଯୈାନ କାମନା କମିଯାଇଥାଏ।
ଗର୍ଭନିରୋଧକ ବଟିକା ଦ୍ବାରା ଏଷ୍ଟ୍ରୋଜେନର ସ୍ତର କମିଯିବ ଯାହା ଦ୍ବାରା ୟିଷ୍ଟ ସଂକ୍ରମଣର ଆଶଙ୍କା ରହିଥାଏ ଏବଂ ଏହା ଦ୍ବାରା ଶରୀରର ପ୍ରତିରୋଧକ ଶକ୍ତି ମଧ୍ୟ କମିଯାଇଥାଏ।
ଗର୍ଭନିରୋଧକ ବଟିକା ଦ୍ବାରା ଆଖିରେ ଶୁଷ୍କତା ଅନୁଭବ ହୋଇଥାଏ। ଏହା ଦ୍ବାରା ଆଖିରୁ ପାଣି ବାହାରିଥାଏ ଏବଂ ଆଖି ଲାଲ ହୋଇଯାଇଥାଏ। ବେଳେ ବେଳେ ଏହାର ଭୟଙ୍କର ପ୍ରଭାବ ଦ୍ବାରା ଆଖିର ଦୃଷ୍ଟିଶକ୍ତି ଚାଲିଯାଇଥାଏ।
ଏଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟୋନରେ ପରିବର୍ତ୍ତନ ଯୋଗୁଁ ଆପଣଙ୍କ ମୁଡରେ ପରିବର୍ତ୍ତନ ଦେଖାଯାଇଥାଏ ଯାହା ଦ୍ବାରା ଆପଣ ଚିନ୍ତାଗ୍ରସ୍ତ ରହିବେ । ବେଳେବେଳେ ଏହା ମୁଣ୍ଡବ୍ୟଥା କରାଇ ମାଇଗ୍ରେନ୍ ଭଳି ସମସ୍ୟା ଉତ୍ପନ୍ନ କରିପାରେ।




admin 