ବିମାନରେ ବୋମା ଥିବା ନେଇ ଧମକ ; ଯାତ୍ରୀଙ୍କୁ ସୁରକ୍ଷିତ ଅବତରଣ

ବିମାନରେ ବୋମା ଥିବା ନେଇ ଧମକ ; ଯାତ୍ରୀଙ୍କୁ ସୁରକ୍ଷିତ ଅବତରଣ

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ଦିଲ୍ଲୀ-ପୁଣେ ବିସ୍ତାରା ବିମାନରେ ବୋମା ଥିବା ନେଇ ଧମକ ପରେ ହଇଚଇ ସୃଷ୍ଟି ହେବା ପରେ ଶୁକ୍ରବାର ଯାତ୍ରୀଙ୍କୁ ସେମାନଙ୍କ ଜିନିଷପତ୍ର ସହ ସୁରକ୍ଷିତ ଭାବେ ବିମାନରୁ ଅବତରଣ କରାଯାଇଛି।
ଜିଏମଆର କଲ ସେଣ୍ଟରକୁ ବିମାନରେ ବୋମା ଥିବା ନେଇ ଖବର ମିଳିଥିଲା। ଏହାପରେ ବିମାନର ନିରୀକ୍ଷଣ ସହ ତଲାସି କରାଯାଇଛି। ମାତ୍ର ବିମାନରେ କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିବା ନେଇ ସୂଚନା ମିଳିଛି। ସିଆଇଏସଏଫ ଓ ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି।