ସମ୍ବଲପୁରରେ କର୍ଫ୍ୟୁ: ଘୁଞ୍ଚିଲା ଅଗ୍ନିବୀରର ପ୍ରବେଶିକା ପରୀକ୍ଷା

ସମ୍ବଲପୁରରେ କର୍ଫ୍ୟୁ:  ଘୁଞ୍ଚିଲା ଅଗ୍ନିବୀରର ପ୍ରବେଶିକା ପରୀକ୍ଷା

ସମ୍ବଲପୁର : ସମ୍ବଲପୁରରେ ଘୁଞ୍ଚିଲା ଅଗ୍ନିବୀରର ପ୍ରବେଶିକା ପରୀକ୍ଷା । ଆସନ୍ତା ୧୭ରୁ ୧୮ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ପରୀକ୍ଷା ପରେ ୧୯ରୁ ୨୧ ତାରିଖରେ ହେବ । ଏନେଇ ଘୋଷଣା କରାଯାଇଛି ।

ଖବର ଅନୁଯାୟୀ, ସମ୍ବଲପୁରରେ ସୃଷ୍ଟି ହୋଇଥିବା ହିଂସା ହେବା ଏବେ କମିଛି । ଧୀରେ ଧୀରେ ପରିସ୍ଥିତି ସାମନ୍ୟ ହେଉଛି । କିନ୍ତୁ କିଛି ଅଞ୍ଚଳରେ ଏବେବି କଟକଣା ଜାରି ରହିଛି । ଏହିକ୍ରମରେ ସମ୍ବଲପୁରରେ ହେବାକୁ ଥିବା ଅଗ୍ନିବୀରର ଅନ୍‌ଲାଉନ୍‌ ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଯାଇଛି । ଆସନ୍ତା ୧୭ ଓ ୧୮ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ୧୯ରୁ ୨୧ ତାରିଖ ପର୍ୟ୍ୟନ୍ତ ହେବ । ୩ଦିନ ଧରି ଏହି ପ୍ରବେଶିକା ପରୀକ୍ଷା ଚାଲିବ ।
ସେପଟେ  ସମ୍ବଲପୁର ARO କାର୍ୟ୍ୟାଳୟ ପକ୍ଷରୁ ଟୋଲ ଫି ନମ୍ବର ଜାରି କରାଯାଇଛି । ଏନେଇ ଏକ ଟୋଲ ଫି ନମ୍ବର ଜାରି କରାଯାଇଛି । କୌଣସି ପ୍ରକାରର ସହାୟତା ପାଇଁ ଟୋଲ ଫି ନମ୍ବର- ୦୬୬୩୨-୯୫୦୩୫୯,୦୬୬୩୨-୫୨୦୮୪୫ ଯୋଗଯୋଗ କରିବାକୁ ଅନୁରୋଧ କରାଯାଇଛି ।