ଆଦାନି ସର୍ବବୃହତ ଧରାବି ବସ୍ତିର ବିକାଶ କରିବେ

ଆଦାନି ସର୍ବବୃହତ ଧରାବି ବସ୍ତିର ବିକାଶ କରିବେ

ମୁମ୍ବାଇ: ଏସିଆର ସର୍ବବୃହତ ବସ୍ତି ଭାବେ ପରିଚିତ ମୁମ୍ବାଇର ଧରାବି ବସ୍ତିର ପୁନଃବିକାଶ ଦାୟିତ୍ବ ଶିଳ୍ପପତି ଗୌତମ ଆଦାନିଙ୍କୁ ପ୍ରଦାନ କରାଯାଇଛି। ଆଦାନିଙ୍କ ୬୧୯ ନିୟୁତ ଡଲାର ବିଡ୍‌କୁ ଗତ ସପ୍ତାହରେ ମହାରାଷ୍ଟ୍ର ସରକାର ମଞ୍ଜୁର କରିଛନ୍ତି। ଧରାବିକୁ ଏକ ଆଧୁନିକ ସହରାଞ୍ଚଳରେ ପରିଣତ କରାଯିବ ବୋଲି ଆଦାନି କହିଛନ୍ତି। ଆଦାନି ଜଣାଇଛନ୍ତି ଯେ ଧରାବି ବସ୍ତିର ପୁନଃବିକାଶ ହେବା ପରେ ସେଠାରେ ବାସକରୁଥିବା ଲୋକମାନଙ୍କୁ ଗ୍ୟାସ, ପାଣି, ଡ୍ରେନ, ସ୍ବାସ୍ଥ୍ୟ ସେବା ଓ ଅନ୍ୟାନ୍ୟ ସୁବିଧା ମିଳିବ।

୬୨୫ ଏକର ଜମିରେ ବ୍ୟାପିଥିବା ଧରାବି ବସ୍ତି‌ରେ ଲକ୍ଷ ଲକ୍ଷ ଗରିବ ଲୋକ ବାସ କରୁଛନ୍ତି ଯେଉଁମାନଙ୍କ ପାଖରେ ସର୍ବନିମ୍ନ ସୁବିଧା ପହଞ୍ଚିପାରୁନାହିଁ। ୧୯୮୦ରେ ପ୍ରଥମ ଥର ପାଇଁ ଧରାବି ବସ୍ତିର ପୁନଃ ବିକାଶ ବିଷୟରେ ଚିନ୍ତା କରାଯାଇଥିଲା। ସେଠାରେ ବାସ କରୁଥିବା ଲୋକମାନଙ୍କୁ ଘର ଯୋଗାଇ ଦେବାର ଯୋଜନା ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି କାର୍ଯ୍ୟ ହୋଇପାରିନାହିଁ। ବିସ୍ତୃତ ଅଞ୍ଚଳ, ଲୋକମାନଙ୍କୁ ସ୍ଥାନାନ୍ତର, ଜନ ଆନ୍ଦୋଳନ ଭଳି ବହୁ ସମସ୍ୟାକୁ ସାମ୍ନା କରିବାର ଆଶଙ୍କା ରହିଛି।