ଫୁଟ୍ପାଥ୍ ଉପରେ ଶୋଇଥିବା ଲୋକଙ୍କ ଉପରେ ମାଡିଗଲା କାର୍
ବାରଙ୍ଗ: ଭୁବନେଶ୍ଵର ରାଜମହଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଫୁଟ୍ପାଥ୍ ଉପରେ ଶୋଇଥିବା ଲୋକଙ୍କ ଉପରେ ଗାଡି ଚଢାଇ ଘୋଷାଡି ନେଲା କାର୍ । କାର୍ ଚଢ଼ି ଜୀବନ ସଙ୍କଟାପନ୍ନ ଥିବା ବ୍ୟକ୍ତିଙ୍କୁ ମେଡିକାଲ୍ ନେଲା କ୍ୟାପିଟାଲ ଥାନା ପୋଲିସ୍ ।
ସେପଟେ ଦୁର୍ଘଟଣା ଘଟାଇ ଥିବା ମାରୁତି ସ୍ଵିଫ୍ଟ କାର୍ କୁ କିଛି ଯୁବକ ଏବଂ ପୋଲିସ୍ ପିଛା କରିଥିଲେ। ଦୃତ ଗତିରେ ରାଜମହଲ ଛକରୁ ନବୀନ ନିବାସ ଓ ସୁନ୍ଦରପଦା ଦେଇ ଲିଙ୍ଗିପୁର୍ ଗାଁରେ ପଶିଲେ ଗାଡ଼ି ଚାଳକ। ଶେଷରେ ଦୟା ନଦୀକୁ କାର୍ ଫିଙ୍ଗି ଫେରାର ହୋଇଗଲେ ଚାଳକ। ଯେତେ ଖୋଜିଲେ ବି ମିଳୁନି ଡ଼୍ରାଇଭରଙ୍କ ପତ୍ତା । ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ କଲା ଧଉଳି ଥାନା ପୁଲିସ୍ ।




admin 