ହାତୀ ଆକ୍ରମଣରେ ଜଣେ ମୃତ

ହାତୀ ଆକ୍ରମଣରେ ଜଣେ ମୃତ

ଭବାନୀପାଟଣା : ଲାଞ୍ଜିଗଡ଼ ବ୍ଳକ ତ୍ରିଲୋଚନପୁର ପଞ୍ଚାୟତ ନିୟମଗିରି ପାହାଡ଼ର ପାଦ ଦେଶର ଥିବା ବେରେନ ପିଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଗ୍ରାମର ରାଇସିଙ୍ଗ ମାଝୀ (୫୫ )ଙ୍କ ମୃତ୍ୟୁ ହୋଇଛି।
ରାଇସିଙ୍ଗ ମାଝୀ ଗତ ରବିବାର ସନ୍ଧ୍ୟା ସାଢ଼େ ଟାରେ କାଶୀବୋଣ୍ଡେଲରୁ ନିଜ ଗାଁ ବେରେନ ପିଣ୍ଡା ଫେରୁଥିଲେ। ଏହି ସମୟରେ ବେରେନ ପିଣ୍ଡା ମଇନଗୁଡା ଜଙ୍ଗଲରେ ରାଇସିଙ୍ଗ ମାଝୀଙ୍କୁ ହାତୀ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ରାତିରେ ସେ ଘରକୁ ଫେରିବାରୁ ସ୍ତ୍ରୀ ବନ୍ଧୁବାନ୍ଧବ ଲୋକେ ମିଶି ପ୍ରଥମେ ଆଖପାଖ ଗାଁକୁ ଯାଇ ପଚାରି ବୁଝିଥିଲେ। ଖୋଜାଖୋଜି କରିବା ପରେ ସୋମବାର ସକାଳ ଟାରେ ଗାଁ ଠାରୁ ପ୍ରାୟ ଦୁଇଶହ ମିଟର ବରେନପିଣ୍ଡା ମାଇନଗୁଡା ଜଙ୍ଗଲ ନିକଟରେ ରାଇସିଙ୍ଗଙ୍କୁ ହାତୀ ଆକ୍ରମଣ କରିଥିବା ଦେଖିବାକୁ ପାଇଥିଲେ। ହାତୀ ଘୋଷାରି ଘୋଷାରି ପେଟ ଜଙ୍ଘରେ ମାଡି କ୍ଷତବିକ୍ଷତ କରିଥିବା ଜଣାପଡିଛି। ପରିବାର ଲୋକେ ଲାଞ୍ଜିଗଡ଼ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚାଲିଥିବା ଜଣାପଡିଛି।