ଓଲଟିଲା ଗାଡ଼ି: ଜଣେ ମୃତ, ୧୫ ଆହତ

ଓଲଟିଲା ଗାଡ଼ି: ଜଣେ ମୃତ, ୧୫ ଆହତ

ଖଲ୍ଲିକୋଟ :ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଜାମିଆ ବରବରା ପଞ୍ଚାୟତର ତାଳ ବୋରେଇ ଗ୍ରାମର ପ୍ରାୟ ୨୬ ଜଣ ଯୁବକ ଏକ ମହିନ୍ଦ୍ର ସୁପ୍ରୋ ଡାଲା ଗାଡ଼ି ଯୋଗେ ଗାଁର ସଦ୍ୟ ବିବାହିତ ଜଣେ କନ୍ୟାକୁ ତାର ଶାଶୂଘର ଛାଡ଼ିବାକୁ ଯାଇଥିଲେ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତାଳପଡା ଗ୍ରାମକୁ ବୁଧବାର ରାତିରେ ଯାଇଥିଲେ। ସେଠାରେ ଭୋଜି ଖାଇ ଗାଁକୁ ଫେରିବା ରାସ୍ତାରେ ବେଗୁନିଆପଡା ଠାରେ ଚାଲିଥିବା ଠାକୁରାଣୀ ଯାତ୍ରା ବୁଲି ଦେଖିଥିଲେ। ଭୋର ୫ ଟାରେ ସେଠାରୁ ଗାଁକୁ ଫେରୁଥିବା ସମୟରେ କେ. ବରିଡା ଗ୍ରାମ ନିକଟରେ ହଠାତ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡିଥିଲା। ଫଳରେ ସମସ୍ତ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା।

ଏଠାରେ ଚିକିତ୍ସିତ ହେଉଥିବା ସମୟରେ ପ୍ରଭାତ ପ୍ରଧାନ(୧୭)ଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଚିକିତ୍ସିତ ହେଉଛନ୍ତି ।