ଟ୍ରକ୍କୁ ପଛରୁ ପିଟିଲା ବସ୍, ୭ ଆହତ
ଭଦ୍ରକ : ଜାତୀୟ ରାଜପଥରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ବସ୍।ଶନିବାର ରାତିରେ ଶୁଭଲକ୍ଷ୍ମୀ ନାମକ ଏହି ବସ୍ ଭୁବନେଶ୍ୱରରୁ କୋଲକାତା ଯାଉଥିବା ବେଳେ ଭଦ୍ରକର ବୀଣା ପେଟ୍ରୋଲ ପମ୍ପ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଏହା ପଛରୁ ପିଟି ଦେଇଥିଲା।
ଏହି ଦୁର୍ଘଟଣାରେ ବସ୍ର ବାମ ପାର୍ଶ୍ୱଟି କ୍ଷତିଗ୍ରସ୍ତ ହୋଇଛି। ୭ ଜଣ ଆହତଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସାମାନ୍ୟ ଆହତ ହୋଇଥିବା ଅନ୍ୟ ଲୋକଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଅନ୍ୟପକ୍ଷରେ ବସ୍ର ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି।
ଏହି ବସ୍ରେ କଟକରୁ ଚଢ଼ିଥିବା ଜଣେ ମହିଳା କହିଛନ୍ତି ଯେ ବସ୍ରେ ୧୫/୧୬ ଜଣ ଯାତ୍ରୀ ଥିଲେ। ବସ୍ଟି ଦ୍ରୁତ ଗତିରେ ଯାଉଥିଲା। ଦ୍ରୁତଗତିରେ ନ ଯିବା ପାଇଁ ଯାତ୍ରୀମାନେ ଡ୍ରାଇଭରଙ୍କୁ କହିଥିଲେ। କିନ୍ତୁ ଡ୍ରାଇଭର କାହା କଥା ଶୁଣି ନଥିଲେ। ଆଉ ବାଟରେ ଦୁର୍ଘଟଣା ଘଟିଲା।




admin 