କେଜ୍ରିଓ୍ବାଲଙ୍କୁ ମିଳିଲା ଜାମିନ

କେଜ୍ରିଓ୍ବାଲଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବଡ଼ ଆଶ୍ବସ୍ତି । ମିଳିଲା ଜାମିନ । କେଜ୍ରିୱାଲ ଆଜି ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିବା ବେଳେ, ତାଙ୍କ ବେଲ୍‌ ଆବେଦନକୁ ମଞ୍ଜୁରି ଦେଇଛନ୍ତି କୋର୍ଟ । ୧୫,୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ରାଉଜ ଆଭେନ୍ୟୁ କୋର୍ଟ । ଅବକାରୀ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ଆଠ ଥର ସମନ ଦେଇଥିବା ବେଳେ, ସେ ଏହାକୁ ଅଣଦେଖା କରିବାରୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଇଡି ।