ପାଇଲ୍ସ ଅଛି କି? ପାଆନ୍ତୁ ମୁକ୍ତି 

ପାଇଲ୍ସ ଅଛି କି? ପାଆନ୍ତୁ ମୁକ୍ତି 

ଅଶୋକ ଗଛ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ । ଅଶୋକ ଗଛର ପତ୍ର, ଫୁଲ, ମଞ୍ଜି ଓ ଛେଲି ସବୁଥିରେ ଭରି ରହିଛି ଔଷଧୀୟ ଗୁଣ । ଆପଣ ଯଦି କିଡନୀରେ ଷ୍ଟୋନ୍‌ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତା’ହେଲେ ଅଶୋକ ଗଛର ମଞ୍ଜିକୁ ଗୁଣ୍ଡ କରି ପାଉଡର ପ୍ରସ୍ତୁତ କରନ୍ତୁ । ଏହାକୁ ପ୍ରତିଦିନ ଖାଲି ପେଟରେ ହାଲ୍‌କା ଗରମ ପାଣିରେ ଗୋଳାଇ ପିଅନ୍ତୁ । ଆପଣ ପାଇଲ୍ସ ରୋଗୀ କି? ତା’ହେଲେ ଏଥିରୁ ମୁକ୍ତି ପାଇବାକୁ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣିରେ ଅଶୋକ ଗଛର ଫୁଲ ଓ ଛେଲିକୁ ପକାଇ ଛାଡି ଦିଅନ୍ତୁ । ସକାଳେ ଉଠିବା ପରେ ଉକ୍ତ ପାଣିକୁ ଛାଣି ପିଇ ଦିଅନ୍ତୁ । ଏପରି କଲେ ପାଇଲ୍ସ ସମସ୍ୟା ଠିକ୍‌ ହୋଇଯିବ । ଶ୍ୱାସ ରୋଗୀମାନେ ପାନପତ୍ରରେ ଅଶୋକ ମଞ୍ଜିର ପାଉଡର ମିଶାଇ ଖାଆନ୍ତୁ । ଏହା ଶ୍ୱାସ ସମସ୍ୟା ଦୂର ହେବ ।