ମଣିଷକୁ ସୁନ୍ଦର କରାଏ ଓଠରେ ଧାରେ ହସ

ମଣିଷକୁ ସୁନ୍ଦର କରାଏ ଓଠରେ ଧାରେ ହସ

ଆଜି ହସ ଦିବସ। ପ୍ରଚୁର ହସନ୍ତୁ ଆଉ ସୁସ୍ଥ ରୁହନ୍ତୁ । ହସିବା ଦ୍ବାରା ଶରୀର ସୁସ୍ଥ ରହୁଥିବାରୁ ପ୍ରତିଦିନ ହସିବା ପାଇଁ ବିଶେଷଜ୍ଞମାନେ କୁହନ୍ତି।  ତେଣୁ ଏହି ହସ ପାଇଁ ସାରା ବିଶ୍ବରେ ଗୋଟିଏ ଦିନକୁ ହସ ଦିବସ ରୂପେ ପାଳନ କରାଯାଉଛି। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଭିତରେ ଟିକିଏ କାହା ସହିତ କଥା ହେବା ପାଇଁ ସମୟ ନାହିଁ । ମନ ଖୋଲି ହସିବା ପାଇଁ କାହା ପାଖେ ସମୟ ନାହିଁ । କିନ୍ତୁ ହସ ଏପରି ଏକ ଜିନିଷ ଯାହାକୁ ନେଇ ଅନେକ ସକରାତ୍ମକତା ସୃଷ୍ଟି ହୋଇଥାଏ । ମନର ଚାପ, ଦୁଃଖ, ଅବସାଦ ଦୂର ପାଇଁ ହସର ସହାୟତା ନେବାର ନିହାତି ଆବଶ୍ୟକତା ରହିଛି ।

୧୯୬୩ ମସିହାରେ ମାସାଚୁସେଟ୍ସ କଳାକାର ହାର୍ଭେ ବଲ୍ ଏକ ସ୍ମାଇଲ୍ ଗ୍ରାଫିକ୍ ପ୍ରସ୍ତୁତ କରିଥିଲେ । ଏହାପରେ ସେ ୧୯୯୯ରେ ଘୋଷଣା କରିଥିଲେ ଯେ ଅକ୍ଟୋବରର ପ୍ରଥମ ଶୁକ୍ରବାର ବିଶ୍ୱ ହସ ଦିବସ ଭାବରେ ପାଳନ କରାଯିବ । ୨୦୦୧ରେ ହାର୍ଭେଙ୍କ ମୃତ୍ୟୁ ପରେ ହାର୍ଭେ ବଲ୍ ୱାର୍ଲ୍ଡ ସ୍ମାଇଲ୍ ଫାଉଣ୍ଡେସନ୍ ତାଙ୍କ ନାମରେ ନାମିତ ହେଲା । ତାଙ୍କ ସ୍ମୃତିରେ ପ୍ରତିବର୍ଷ ବିଶ୍ୱ ହସ ଦିବସ ପାଳନ କରାଯାଏ ।