ମମତାଙ୍କ ବିଜୟ: ୧୮ ହଜାରରୁ ଅଧିକ ଆସନ ହାସଲ କଲା ଟିଏମ୍ସି
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ପୁଣିଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ବଡ଼ ବିଜୟ ହେବ ବୋଲି ସ୍ପଷ୍ଟ ହୋଇଯାଇଛି। ମମତାଙ୍କ ଦଳ ଟିଏମ୍ସି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବାଜି ମାରିନେଇଛି। ରାଜ୍ୟରେ ଗତ ୮ ତାରିଖରେ ୬୩,୨୨୯ ଗ୍ରାମ ପଞ୍ଚାୟତ ଆସନ, ୯,୭୩୦ ପଞ୍ଚାୟତ ସମିତି ଆସନ ଏବଂ ୯୨୮ ଜିଲ୍ଲା ପରିଷଦ ଆସନରେ ଭୋଟ୍ ଗ୍ରହଣ ହୋଇଥିଲା। ୬୩୨୨୯ ଗ୍ରାମ ପଞ୍ଚାୟତ ଆସନରୁ ଆଜି ୨୭,୯୮୫ ଆସନରେ ଫଳ ଘୋଷଣା କରାଯାଇଛି।
ରାଜ୍ୟ ନିର୍ବାଚନ କମିସନ୍ଙ୍କ ତଥ୍ୟ ଅନୁଯାୟୀ ସନ୍ଧ୍ୟା ୭.୩୦ ସୁଦ୍ଧା ହୋଇଥିବା ଗଣତିରେ ଟିଏମ୍ସି ୧୮,୬୦୬ ଗ୍ରାମ ପଞ୍ଚାୟତ ଆସନରେ ବିଜୟୀ ହୋଇଛି ଏବଂ ୮,୧୮୦ ଆସନରେ ଆଗୁ୍ଆ ରହିଛି। ଟିଏମ୍ସି ପ୍ରତିଦ୍ବନ୍ଦ୍ବୀ ବିଜେପି ୪,୪୮୨ ଆସନରେ ଜିତିଥିବା ବେଳେ ୨,୪୧୯ ଆସନରେ ଆଗୁଆ ରହିଛି। ସେହିପରି ଲେଫ୍ଟ ଫ୍ରଣ୍ଟ୍ ୧୫୦୩ ଆସନରେ ବିଜୟୀ ହୋଇଛି। କେବଳ ସିପିଆଇ(ଏମ୍) ୧୪୨୪ ଆସନରେ ବିଜୟୀ ହୋଇଛି। କଂଗ୍ରେସ ୧୦୭୩ ଆସନରେ ବିଜୟୀ ହୋଇଥିବା ବେଳେ ୬୯୩ ଆସନରେ ଆଗୁଆ ରହିଛି।




admin 