ଏଠି ଲୋକେ ପିଉଛନ୍ତି ସାପ ରକ୍ତ

ସବୁଠାରୁ ଭୟଙ୍କର ଜୀବ ସାପ, କେହି ବି ଏହାକୁ ଦେଖିବା ମାତ୍ରେ ଡରିଯାଇଥାନ୍ତି । ମାତ୍ର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ କୋବ୍ରା ରକ୍ତ ପିଇବାର ପରମ୍ପରା ରହିଛି । ଏହା ପଛରେ ରହିଛି କାରଣ । ଏହି ରକ୍ତ ପିଇବା ଦ୍ୱାରା ପୁଅମାନେ ବଳବାନ ହେଉଥିବା ବେଳେ ଝିଅମାନଙ୍କ ତ୍ୱଚା ସୁନ୍ଦର ହୋଇଥାଏ ବୋଲି ସେମାନଙ୍କର ବିଶ୍ୱାସ ରହିଛି । ତେଣୁ ଏଠାରେ ଏହି ରକ୍ତ ବିକ୍ରି ହୋଇଥାଏ । ସକାଳେ ଓ ସନ୍ଧ୍ୟାରେ ବୁଲାବୁଲି କରିବା ସମୟରେ ଏହାକୁ ଚା’, କଫି ପରି ପିଆଯାଇଥାଏ । ଏହାର ଚାହିଦା ଦିନକୁ ଦିନ ବଢୁଥିବା ଦେଖି ଏଠାକାର ଦୋକାନୀମାନେ ଦିନକୁ ହଜାର ହଜାର ସଂଖ୍ୟାରେ ସାପ କାଟିଥାନ୍ତି । ଏହି ଦୋକାନଗୁଡିକ ସନ୍ଧ୍ୟା ୫ଟାରେ ଖୋଲୁଥିବା ବେଳେ ରାତି ୧ଟାରେ ବନ୍ଦ ହୋଇଥାଏ । ଏହି ରକ୍ତ ପିଇବାର ୩/୪ ଘଣ୍ଟା ପର୍ଯ୍ୟନ୍ତ ଚା’ କିମ୍ବା କଫି ନ ପିଇବାକୁ ପରାମର୍ଶ ଦିଆଯାଇଥାଏ । ଫଳରେ ଏହି ରକ୍ତ ଶରୀରରେ ଠିକ୍ ଭାବେ କାମ କରିଥାଏ ।