ଗୋଲାପ ଫୁଲରେ ପୋଷକ ତତ୍ତ୍ୱ

ଗୋଲାପ ଫୁଲରେ ପୋଷକ ତତ୍ତ୍ୱ

ଗୋଲାପ ଫୁଲ ପାଖୁଡ଼ାରେ ପୋଷକ ତତ୍ତ୍ୱ ଭରି ରହିଛି ।

ବିଶେଷଜ୍ଞଙ୍କ ମତରେ ଗୋଲାପ ଫୁଲରେ ଫ୍ଲେବୋନଏଡ୍‌,

 ସାଇଟ୍ରିକ୍‌ ଅମ୍ଳ, ଫଳ ଶର୍କରା, ଟେନିନ୍‌ ଓ ଜିଙ୍କ୍‌ ଆଦି ପୌଷ୍ଟିକ ତତ୍ତ୍ୱ ରହିଛି ।

ଗୋଲାପ ପାଖୁଡ଼ାରେ ଭିଟାମିନ୍‌ ସି' ଥିବାରୁ ଏହା ଆଣ୍ଠୁଗଣ୍ଠି ଦରଜ କମ୍‌ କରିବା ସହ ହାଡକୁ ମଜଭୁତ ରଖିବାରେ ସାହାଯ୍ୟ କରେ । ପାଖୁଡ଼ାକୁ ବାଟି ସେଥିରେ ଅଳ୍ପ ନଡ଼ିଆ ତେଲ ମିଶାଇ ଆଣ୍ଠୁରେ ଲେପ ଦେଇପାରିବେ ।

ଗୋଲାପ ଫୁଲ ବଟା ଲଗାଇଲେ ଏହା ଶରୀରକୁ ଥଣ୍ଡା ରଖେ ।

ସରବତ୍‌ରେ ଗୋଲାପ ପାଖୁଡ଼ା ବଟା ମିଶାଇ ପିଇଲେ ଫୁର୍ତ୍ତି ଲାଗିବା ସହ ଶରୀରର ରୋଗପ୍ରତିରୋଧକ ଶକ୍ତି ବି ବଢେ଼ ।