ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କଖାରୁ ଫୁଲ

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କଖାରୁ ଫୁଲ

କଖାରୁ ଫୁଲରୁ ପ୍ରସ୍ତୁତ ଖାଦ୍ୟ ଶରୀର ପାଇ ବେଶ୍‌ ଉପକାରୀ । ଏଥିରେ ଅନେକ ଭିଟାମିନ୍‌ ଭରି ରହିଛି । ଏହି ଫୁଲରେ ଏଭଳି ତତ୍ତ୍ୱ ରହିଛି, ଯାହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ । କଖାରୁ ଫୁଲରେ ଭିଟାମିନ୍‌ ଏ ଭରି ରହିଛି । ଯାହା ଦୃଷ୍ଟିଶକ୍ତି ବଢ଼ାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହା ଅନ୍ଧାରକଣା ସମସ୍ୟାରୁ ବି ରକ୍ଷା କରେ । ବେଳେବେଳେ ବାହାର ଜୀବାଣୁ ଆମ ଶରୀରରେ ପ୍ରବେଶ କରି ବିଭିନ୍ନ ରୋଗ ସୃଷ୍ଟି କରନ୍ତି । ଆଉ ଏହି ଜୀବାଣୁଗୁଡ଼ିକୁ ପ୍ରତିହତ କରିବାର କ୍ଷମତା କଖାରୁ ଫୁଲର ରହିଛି । ଏହି ଫୁଲରେ କ୍ୟାଲସିୟମ୍‌ ମାତ୍ରା ପ୍ରଚୁର ପରିମାଣରେ ରହିଛି, ଯାହା ଅସ୍ଥି ଓ ଦାନ୍ତକୁ ମଜଭୁତ ରଖିଥାଏ ଆଣ୍ଠୁ–ଗଣ୍ଠି ବାତରୁ ବି ସୁରକ୍ଷା ଦେଇଥାଏ ।