ମିଲେଟ ମିଶନ ପାଇଁ ୨୬୮୭ କୋଟି, ରାଜ୍ୟ କ୍ୟାବିନେଟ

ମିଲେଟ ମିଶନ ପାଇଁ ୨୬୮୭ କୋଟି, ରାଜ୍ୟ କ୍ୟାବିନେଟ

ଓଡ଼ିଶା ମିଲେଟ ମିଶନ ପାଇଁ ରାଜ୍ୟ କ୍ୟାବିନେଟ ୨୬୮୭ କୋଟି ୪୫ ଲକ୍ଷର ବଜେଟକୁ ଅନୁମୋଦନ କରିଛନ୍ତି  । ୨୦୨୩-୨୪ରୁ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏହି ଅର୍ଥ ଅନୁମୋଦିତ ହୋଇଛି  । ୨୦୧୭-୧୮ରେ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଗଜପତି, ମାଲକାନାଗିରି, ନୂଆପଡ଼ା ଓ ରାୟଗଡ଼ାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା  । ଏବେ ରାଜ୍ୟର ୧୯ଟି ଜିଲ୍ଲାର ୧୪୨ ବ୍ଳକରେ ମିଲେଟ ମିଶନ କାର୍ଯ୍ୟକାରୀ ହେଉଛି  । ରାଜ୍ୟ ଯୋଜନା ଓ ଡିଏମଏଫ ଜରିଆରେ ଅର୍ଥର ବ୍ୟବସ୍ଥା କରାଯିବ  । 

ଆଗକୁ ସାଧାରଣ ନିର୍ବାଚନ । ଏହାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ନିଷ୍ପତି ନେଇଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା  । ବୈଠକରେ ୧୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି  ।  ନୂଆ ଯୋଜନା ନୂତନ ଉନ୍ନତ ଅଭିଳାଷ ବା ‘ନୂଆ’କୁ ମଞ୍ଜୁରୀ ମିଳିଛି  । ସେହିପରି ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର ପାଣ୍ଠିକୁ ବି କ୍ୟାବିନେଟ ମୋହର ଲଗାଇଛନ୍ତି  । ୫ଜି ନେଟୱାର୍କକୁ ପ୍ରସାରିତ କରିବା ପାଇଁ ଓଡ଼ିଶା ମୋବାଇଲ ଟାୱାର ନୀତିରେ ସଂଶୋଧନ କରାଯିବ  । ଏହାଛଡ଼ା ବ୍ୟାଙ୍କ ନଥିବା ରାଜ୍ୟର ୪୩୭୩ ଗ୍ରାମ ପଂଚାୟତରେ ବ୍ୟାଙ୍କିଂ ସୁବିଧା ପାଇଁ ମଧ୍ୟ କ୍ୟାବିନେଟରେ ନିଷ୍ପତି ନିଆଯାଇଛି  ।