ଓଡ଼ିଶାରେ ନୀତିଶ କୁମାର, ନବୀନ ନିବାସରେ ଭେଟଘାଟ
ଭୁବନେଶ୍ୱର : ଓଡ଼ିଶାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର ସ୍ୱତନ୍ତ୍ର କାର୍ୟ୍ୟକ୍ରମ ରହିଛି । ଅପରାହ୍ଣ ୧୨ଟା ରେ ନବୀନ ନିବାସରେ ଭେଟଘାଟର କାର୍ୟ୍ୟକ୍ରମ ରହିଛି । ନୀତିଶ କୁମାର, ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିପାରନ୍ତି ।
ତେବେ ନବୀନଙ୍କ ସହ କଣ ଆଲୋଚନା କରିବେ ନୀତିଶ, ଏହାକୁ ନେଇ ରାଜନୀତି ମହଲରେ ଜୋରଦାର ଚର୍ଚ୍ଚା । କୁହାଯାଉଛି ତୃତୀୟ ସାମୁଖ୍ୟ ସମ୍ପର୍କରେ ନୀତିଶ, ନବୀନଙ୍କ ସହ ଆଲୋଚନା କରିପାରନ୍ତି । ବିଜେପି ବିରୋଧରେ ଏକ ମେଣ୍ଟର ସମୀକରଣ ପ୍ରସ୍ତୁତ କରିବାକୁ ନୀତିଶ ଜାରି ରଖିଛନ୍ତି କସରତ। ଏହି କ୍ରମରେ ସେ କୋଲକାତା ଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ।ସେହିପରି ଲକ୍ଷ୍ମୌରେ ଅଖିଳେଶ ଯାଦବଙ୍କୁ ଭେଟିଥିଲେ। ନୀତିଶଙ୍କ ଓଡ଼ିଶା ମିଶନ ନେଇ ରାଜ୍ୟ ରାଜନୀତିରେ ମଧ୍ୟ ନାନା ଚର୍ଚ୍ଚା ଜାରି ରହିଛି।




admin 