ଚିନ୍ତା ବଢ଼ାଉଛି ୫୫ନଂ ଜାତୀୟ ରାଜପଥ

ଚିନ୍ତା ବଢ଼ାଉଛି ୫୫ନଂ ଜାତୀୟ ରାଜପଥ

ଅନୁଗୁଳ:  ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥ ରେ ଏକ ବାଇକକୁ  ପରିବା ବୋଝେଇ ପିକଅପ  ଭ୍ୟାନ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ  କୁଳେଇ ଗାଁର ସିପୁ ପ୍ରଧାନ , ସୁନୀଲ ସାହୁ ଓ ମାନସ ବେହେରା।

କୁଳେଇ ଗାଁର କିଛି ଯୁବକ ମୋଟରସାଇକେଲରେ ଜରପଡା ଆଡକୁ ଯାଉଥିଲେ। ଅନୁଗୋଳ ଆଡକୁ ଯାଉଥିବା ଏକ ପରିବା ବୋଝେଇ ପିକଅପ ଭ୍ୟାନ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ କୁଳେଇ ଗାଁର ସିପୁ ପ୍ରଧାନ , ସୁନୀଲ ସାହୁ ଓ ମାନସ ବେହେରାଙ୍କର ଘଟଣା ମୃତ୍ୟୁ ହୋଇଥିଲା । ଖବର ପାଇ  ଜରପଡା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ଘଟଣାର  ତଦନ୍ତ କରୁଛି।