ଓଲଟିଲା ବସ୍‌, ଯାତ୍ରୀ ଗୁରୁତର

ଓଲଟିଲା ବସ୍‌, ଯାତ୍ରୀ ଗୁରୁତର

ବେତନଟୀ: ୧୮ନଂ ଜାତୀୟ ରାଜପଥ କୃଷ୍ଣଚନ୍ଦ୍ରପୁର ଓଭରବ୍ରିଜ ନିକଟରେ ରାଇରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଇନ୍ଦ୍ରାଣୀ ନାମକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗସ୍ତ । ଗତକାଲି ବିଳମ୍ବିତ ରାତିରେ ବସ୍ ଚକ ଫାଟିବା କାରଣରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ତେବେ ବସ ଭିତରେ ଥିବା ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। କିନ୍ତୁ ଆହତଙ୍କ ସଂଖ୍ୟା ଜଣାପଡିନାହିଁ। ଘଟଣାସ୍ଥଳରେ ବେତନଟୀ ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି।

ସୂଚନା ମୁତାବକ, ଗତକାଲି ରାତିରେ ରାଇରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଘରୋଇ ଇନ୍ଦ୍ରାଣୀ ବସଟିର ଆଗ ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ତେବେ ବସ୍ ଭିତରେ ଥିବା ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଖବର ପାଇ ବେତନଟୀ ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଛନ୍ତି । ଏପଟେ ବସ ତଳେ କିଛି ଯାତ୍ରୀ ଚାପି ହୋଇ ରହିଥିବାର ସନ୍ଦେହ କରାଯାଉଛି ।