ସଲାମ: ସହିଦଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଛତିଶଗଡ଼ ଦାନ୍ତେୱାଡାରେ ୧୦ ଯବାନ ସହିଦ ହେବା ପରେ ଶୋକରେ ପୂରା ଛତିଶଗଡ଼ । ଦାନ୍ତେୱାଡା ହସ୍ପିଟାଲରେ ଥିବା ଯବାନଙ୍କ ମର ଶରୀରକୁ ଦାନ୍ତେୱାଡା ପୋଲିସ ପଡ଼ିଆକୁ ନିଆଯାଇଛି । ସେଠାରେ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ପୋଲିସ ପଡ଼ିଆକୁ ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପାର୍ଥିବ ଶରୀରକୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କାନ୍ଧ ଦେଇଛନ୍ତି ।
ନକ୍ସଲ ଯେଉଁ ସ୍ଥାନରେ ଯବାନଙ୍କୁ ଆକ୍ରମଣ କରିଥିଲେ ସେହି ସ୍ଥାନକୁ ଯିବେ ଭୂପେଶ ବଘେଲ । ଘଟଣାସ୍ଥଳରେ ସ୍ଥିତି ଦେଖିବା ସହ ଆକ୍ରମଣ ଘଟଣାର ସମୀକ୍ଷା କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । କେଉଁ ପରିସ୍ଥିତିରେ ହେଲା ହମଲା, କେଉଁଠି ରହିଲା ତାର ସମୀକ୍ଷା କରିବେ । ଏହି ସମୟରେ ଛତିଶଗଡ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହିତ ଯବାନଙ୍କ ପକ୍ଷରୁ ଶୀର୍ଷ ଅଧିକାରୀ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି ।




admin 