ଭିଣୋଇକୁ ହତ୍ୟା କଲା ଶଳା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଝାରସୁଗୁଡା : ପଥରରେ ଛେଚି ଭିଣୋଇକୁ ହତ୍ୟା କଲା ଶଳା। ଝାରସୁଗୁଡା ଜିଲ୍ଲା ବେଲପାହାଡ ଫାଟକ ନିକଟରେ ରବିବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି। ମୃତକ ଜଣକ ବେଲପାହାଡ ଗୁମାଡେରାର ବିଜୟ କଲେତ (୩୫ ବର୍ଷ) ବୋଲି ଜଣାପଡଛି। ବିଜୟଙ୍କ ସମ୍ପର୍କୀୟ ଶଳା ଅଭିଯୁକ୍ତ ପଙ୍କଜ ସୋରେନକୁ ଅଟକ ରଖି ବେଲପାହାଡ ପୋଲିସ ଅଧିକ ତଦନ୍ତ କରୁଛି। ଏହାସହ ହତ୍ୟାରେ ବ୍ୟବହୃତ ପଥରକୁ ପୋଲିସ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ବେଲପାହାଡ ଫାଟକ ନିକଟରେ ରବିବାର ବିଳମ୍ବିତ ରାତିରେ ବିଜୟ ଓ ପଙ୍କଜଙ୍କ ମଧ୍ୟରେ କୌଣସି କଥାକୁ ନେଇ ଵଚସା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ପଙ୍କଜ ଏକ ପଥରରେ ବିଜୟଙ୍କ ମୁହଁକୁ ଛେଚି ଦେଇ ଫେରାର ହେବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକେ ପଙ୍କଜକୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ବେଲପାହାଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଜୟକୁ ନିକଟସ୍ଥ ଚିକିତ୍ସାଳୟକୁ ନେଇଥିଲା। ହେଲେ ଡାକ୍ତର ସେଠାରେ ବିଜୟକୁ ମୃତ ଘୋଷଣା କରିଥିଲେ। ଏହି ଘଟଣାର ଅଭିଯୁକ୍ତ ପଙ୍କଜକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ କରୁଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଛି।




admin 