ଖାସମାହାଲ ଜମି ସ୍ଟାଟସ ପରିବର୍ତ୍ତନ ପ୍ରସଙ୍ଗ କଟକ କଲେକଟର ଙ୍କ ପାଇଁ ହଁ ମାତ୍ର ସାଧାରଣ ଜନତାଙ୍କ ପାଇଁ ନାଁ - ମାନସ ଚୌଧୁରୀ
କଟକ ତା 15/07/2023 କଟକ ସହର ର ବହୁ ସ୍ଥାନୀୟ ବାସିନ୍ଦା ଙ୍କର ନିଜର ବାସସ୍ଥାନ ଉପରେ ସେମାନଙ୍କର ଅଧିକାର ସାବ୍ୟସ୍ତ କୁ ନେଇ ଯେଉଁ ସମସ୍ୟା ଉପୁଜିଛ ତାହାକୁ ସମାଧାନ କରିବା ପାଇଁ ପ୍ରଶାସନ ଜାଣିଶୁଣି ଅବହେଳା କରୁଛନ୍ତି ଏବଂ ନିରୀହ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି କଟକ ଜ଼ିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ରଞ୍ଜନ ଚୌଧୁରୀ ଆଜି କଟକ ଜ଼ିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି |

ଶ୍ରୀ ଚୌଧୁରୀ କହିଛନ୍ତି ଯେ କଟକ ସହର ର ୟୁନିଟ ନମ୍ବର 10, 11, 12, 13, 14, 20,21,22 ର ପ୍ରାୟ 100 ଏକର ଜାଗା ଉପରେ 5000 ରୁ ଉର୍ଦ୍ଧ କେସ ର 5000 ରୁ ଉର୍ଦ୍ଧ ବାସିନ୍ଦା ନିଜ ଜାଗା ର ସ୍ଥିତିବାନ ଷ୍ଟାଟସ ର ଅଧିକାର ରେକର୍ଡ ପାଇବାରୁ ବଞ୍ଚିତ ହେଉଛନ୍ତି l ଉକ୍ତ ଖlସମାହlଲ ଜାଗା ମାଲିକ ମାନଙ୍କର ପଟ୍ଟlର ମିଆଦ 1973 ମସିହାରେ ସରିଗଲା ପରେ ଏହାର ରିନ୍ୟୁୱାଲ କରାଯାଇନଥିଲା l 2003 ମସିହାରେ ରିନ୍ୟୁୱାଲ ପାଇଁ ଏହି ଜମି ମାଲିକ ମାନେ ଆବେଦନ କରିଥିଲେ l ସେମାନଙ୍କୁ ପ୍ରଦତ୍ତ ହୋଇଥିବା ଖାସମାହଲ ପଟା କୁ ସେମାନେ ସ୍ଥିତିବାନ ରେ ପରିଣତ କରିବା ପାଇଁ ଆର. ଆଇ, ତହସିଲଦାର, ଉପଜ଼ିଲ୍ଲାପାଳ ଏବଂ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ବାରମ୍ବାର ଧାଉଁଛନ୍ତି l ମାତ୍ର ଉପରୋକ୍ତ କାର୍ଯ୍ୟାଳୟ ସେହି ଜାଗା ମାଲିକଙ୍କ କାମ ନକରିବାର ଉଦ୍ଦେଶ୍ୟ ରଖି ଗତ 50 ବର୍ଷ ର ରେକର୍ଡ ମାଗୁଛନ୍ତି l ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଏହି କି ଯେ ଏହି ଜାଗା ମାଲିକ ମାନେ ଯେତେବେଳେ ଉପରୋକ୍ତ କାର୍ଯ୍ୟାଳୟ କୁ ଆବଶ୍ୟକୀୟ କାଗଜପତ୍ର ଦେବାପାଇଁ ଆବେଦନ କରୁଛନ୍ତି ଉକ୍ତ କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଛି ଯେ ସେ ସବୁ ଡକ୍ୟୁମେଣ୍ଟ ନଷ୍ଟ ହେଇଯାଇଛି l ତେବେ ଯଦି ସରକାର ଏହି ନିରୀହ ଜନତା ଙ୍କୁ ସେହି ଡକ୍ୟୁମେଣ୍ଟ ନଦେବେ ତେବେ ସେମାନେ ଏହା ପାଇବେ କିପରି ?

ବର୍ତ୍ତମାନ ଏହି ଜାଗା ମାଲିକମାନେ ରେକର୍ଡ ଅଫ ରାଇଟ ନପାଇବା ଫଳରେ କୌଣସି କାର୍ଯ୍ୟ କରିବା ପାଇଁ ନିଜ ଜାଗା ଉପରେ ଋଣ କରିପାରୁନାହାନ୍ତି |ଭଙ୍ଗା ଘରକୁ ସଜାଡ଼ିବା ପାଇଁ, ପିଲାମାନଙ୍କର ପାଠପଢା ପାଇଁ, ବିବାହ, ବ୍ରତ, ଶୁଦ୍ଧିକ୍ରିୟା ଵା ରୋଗବ୍ୟାଧି ରେ ଚିକିତ୍ସା ପାଇଁ ନିଜ ଜାଗା ବନ୍ଧକ ରଖିଵା ସମ୍ଭବ ହେଇପାରୁନାହିଁ କାରଣ ଜାଗା ମାଲିକ ଙ୍କ ପାଖରେ ସ୍ଥିତିବାନ ସ୍ଟାଟସ ର ଅଧିକାର ରେକର୍ଡ ନାହିଁ l 2021 ମସିହା ମେ 4ତାରିଖ ରେ ଚିଠି ନମ୍ବର 4838 ର 180ଟି ରେକର୍ଡ ଉପରେ ଉପଜ଼ିଲ୍ଲାପାଳ କୌଣସି ପଦକ୍ଷେପ ନନେଇ ଏହାକୁ ଫେରାଇ ଦେଇଛନ୍ତି ବୋଲି ଜଣାପଡିଛି l ପୁଣି ଜ଼ିଲ୍ଲାପାଳ ଙ୍କ ଅଗୋଚର ରେ ଉପଜ଼ିଲ୍ଲାପାଳ 19/04/2021 ତାରିଖ ଦିନ ଏ ସଂକ୍ରାନ୍ତ ରେ ଏକ ନାମକୁ ମାତ୍ର ରିଭିୟୁ ମିଟିଙ୍ଗ ଡକାଇଥିଲେ l
ସବୁଠାରୁ ଗୁରୁତ୍ୱପୂର୍ଣ କଥା ଏହିକି ଯେ କଟକ ର 5000 ଜାଗା ମାଲିକଙ୍କ ଖାସମାହଲ କେସ ର ସମାଧାନ ପ୍ରଶାସନ ବର୍ଷ ବର୍ଷ ଧରି କରୁନଥିବା ବେଳେ କଟକ ର ଜ଼ିଲ୍ଲାପାଳ ଭବାନୀ ଶଙ୍କର ଚଇନି ଙ୍କ ଜାଗା କେସ ନମ୍ବର 2557/2011କୁ କିପରି ସହଜ ରେ ରିନ୍ୟୁ କରାଗଲା କିପରି ? କଲେକଟର ଙ୍କର ଇୟୁନିଟ 13 ଚାନ୍ଦିନୀ ଚୌକ ମୋୖଜ଼ା ରେ ଥିବା 100 ଡିସମିଲ ଜାଗା ଖାତା ନମ୍ବର 573/455, ପ୍ଲଟ ନଂ -2959 କୁ ସ୍ଥିତିବାନ ଅବସ୍ଥା କୁ ପରିବର୍ତ୍ତନ କରାଗଲା କେଉଁ ଆଇନ ବଳରେ ? ହେଲେ ଏହି ସମାନ କେସ ରେ ଅନ୍ୟୁନ 5000 ଜାଗା ମାଲିକ ଙ୍କୁ ରେକର୍ଡ ଅଫ ରାଇଟ ଦେବାପାଇଁ ଜ଼ିଲ୍ଲାପାଳ ଭୁଆଁ ବୁଲାଉଛନ୍ତି କଣ ପାଇଁ ? ସେହି ଆଇନ ଏମାନଙ୍କ କ୍ଷେତ୍ର ରେ ଲାଗୁହେବନାହିଁ କାହିଁକି? ଜ଼ିଲ୍ଲାପାଳ ନିଜ ଜାଗା ର ସମସ୍ୟା କୁ ସମାଧାନ କଲେ ହେଲେ କଟକ ସହର ର 5000 ନିରୀହ ଖାସମାହଲ ଜାଗା ଅଧିକାରୀ ଙ୍କ ଦୁଃଖ ଶୁଣିବ କିଏ?
ସମ୍ପୃକ୍ତ ଜାଗା ମାଲିକ ମାନେ ତାଙ୍କର ଦୁଃଖ 5ଟି ସଚିବ ଵା ମୋ ସରକାର ଙ୍କୁ ଲିଖିତ ଆକାର ରେ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ l
ସୁତରାଂ ସରକାର ତୁରନ୍ତ ଏକ ମାସିକିଆ କ୍ୟାମ୍ପକୋଟ ମାଧ୍ୟମରେ କିମ୍ବା ଏକ ଷ୍ଟାଣ୍ଡାର୍ଡ ଅର୍ଡର ଜାରିକାରୀ ଏହି ଖାସମାଲ କେସ ଗୁଡିକର ସମାଧାନ କରନ୍ତୁ ନହେଲେ ଏହି 5000 ଉପେକ୍ଷିତ ଜାଗା ମାଲିକ ମାନେ ରାଜରାସ୍ତା କୁ ଓଲ୍ହାଇବେ ଓ କଟକ ଜ଼ିଲ୍ଲା କଂଗ୍ରେସ ପକ୍ଷ ରୁ ଏମାନଙ୍କ ଆନ୍ଦୋଳନ କୁ ପୂର୍ଣ୍ଣ ସମର୍ଥନ ଦିଆଯାଇ ତୀବ୍ରତର କରାଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି l
5ଟି ସଚିବ ଯିଏ କି ଏବେ ଓଡିଶା ରେ ବୁଲିବୁଲି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ବୋଲି ଦାବି କରୁଛନ୍ତି, ସିଏ ଉପରୋକ୍ତ ଦାବି କୁ ଗୁରୁତ୍ୱର ସହ ବିଚାର କରିବେ ବୋଲି ଆଶା କରୁଛୁ l ଯଦି ଏହି ଦାବିକୁ ସରକାର ଉପେକ୍ଷା କରନ୍ତି ତେଵେ ଅଧିକାର ପାଇଁ ଲଢେଇର ର ଗତି ଯେଉଁ ରୂପ ନେବ ସରକାର ସେଥି ପାଇଁ ଦାୟୀ ରହିବେ ବୋଲି କଟକ ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ ଚେତାବନୀ ଦେଇଛନ୍ତି l ଆଜିର ସାମ୍ବାଦିକ ସମ୍ମିଳନୀରେ ଉପେକ୍ଷିତ ଜାଗା ମାଲିକ ମାନଙ୍କର ପ୍ରତିନିଧି ପତିତପାବନ ମହାରଣା, ରବୀନ ଶତପଥୀ, ପ୍ରେମାନନ୍ଦ ବେହେରା, ବିଶ୍ୱନାଥ ବେହେରା ଓ ରୀତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l





