ସବୁଠୁ ବିରଳ ଜନଜାତି ଡଙ୍ଗରିଆ କନ୍ଧଙ୍କ ଲୋକନୃତ୍ୟ

ସବୁଠୁ ବିରଳ ଜନଜାତି ଡଙ୍ଗରିଆ କନ୍ଧଙ୍କ ଲୋକନୃତ୍ୟ

ବିରଳ ଜନଜାତି ବର୍ଗର କନ୍ଧ ଜନଜାତିର ଅନ୍ୟ ଏକ ଗୋଷ୍ଠୀ ହେଉଉି ଡଙ୍ଗରିଆ କନ୍ଧ । ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ନିୟମଗିରି ପର୍ବତମାଳାରେ ଏମାନେ ରହିଥିବାରୁ ଏମାନଙ୍କୁ କୁହାଯାଏ ଡଙ୍ଗରିଆ । ଏମାନଙ୍କର ମୁଖ୍ୟତ ୨ପ୍ରକାରର ନାଚ ଦେଖିବାକୁ ମିଳିଥାଏ । ପ୍ରଥମରେ ହେଲା ଧାଙ୍ଗଡା ଧାଙ୍ଗଡି ନାଚ ଓ ଦ୍ୱିତୀୟରେ ବେଜୁଣୀ ନାଚ । ଧାଙ୍ଗଡା ଧାଙ୍ଗଡି ନାଚରେ ଚାରି ପୁଅ ଆଠ ଝିଅର ଦଳ ନାଚନ୍ତି । ଦୁଇ ଜଣ ଆଗ ପଛ ହୋଇ ହାତରେ ସାନ ଢାମ୍ପୁ ଧରି ଡାହାଣ ହାତରେ ବାଡି ଧରି ନିର୍ଦ୍ଧିଷ୍ଟ ତାଳରେ ବାଦ୍ୟ ବଜାଇଥାନ୍ତି ଓ ନାଚିବାବେଳେ ଯୁବତୀ ସମସ୍ୱରରେ ଗୀତ ଗାଇଥାନ୍ତି । ସେମାନେ ଏପାଖେ ସେପାଖେ ହୋଈ ଘୂରି ବୁଲି ନାଚ କରନ୍ତି । ପୁରୁଷମାନେ ନିଜ କାନ୍ଧରେ କପଡାଗୁନ୍ଦା ଚଦର ପକାଇବା ସହ ଟାଙ୍ଗି ନାଚିଥାନ୍ତି । ଏବଂ କେବେ କେବେ ଝିଅପୁଅ ମୁହାଁମୁହିଁ ହୋଇ ନାଚିଥାନ୍ତି ।