କପିଲ ଶର୍ମାଙ୍କ ସଂଘର୍ଷ କାହାଣୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

କପିଲ ଶର୍ମାଙ୍କ ସଂଘର୍ଷ କାହାଣୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ: ହାସ୍ୟ ଅଭିନେତା କପିଲ ଶର୍ମା ଖୁବ୍ ଶୀଘ୍ର ବଡ ପରଦାରେ ନଜର ଆସିବେ। ତାଙ୍କର ଚଳଚ୍ଚିତ୍ର ଜ୍ବିଗାଟୋ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ପାଇବା ପରେ ମାର୍ଚ୍ଚ ୧୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ମାର୍ଚ୍ଚ ୧ରେ ଚଳଚ୍ଚିତ୍ରର ଟ୍ରେଲର ଲଞ୍ଚ କରାଯାଇଛି।

ସର୍ବଦା‌ କମେଡି କରି ଲୋକଙ୍କୁ ହସାଉଥିବା କପିଲ ଉପସ୍ଥାପକ ସୁଧୀର ଚୌଧୁରୀଙ୍କ ସହିତ ସୋ’ ‘ସିଧା ବାତ’ରେ ତାଙ୍କ ବିଷୟରେ କିଛି ଅଜଣା କଥା ତଥା ଜୀବନରେ ଆସିଥିବା ଅସୁବିଧାକୁ କିପରି ସାମ୍ନା କରିଥିଲେ ତାହାକୁ ସେ ସମସ୍ତଙ୍କ ସହିତ ସେୟାର କରିଛନ୍ତି। ଏକ ପ୍ରମୋର ଭିଡିଓରେ ସୁଧୀର ଓ କପିଲ ଦୁହେଁ କଥା ହେଉଥିବା ଦେଖିବାକୁ ମିଳୁଛି। ଏଥିରେ ସୁଧୀର କପିଲଙ୍କୁ ପ୍ରଶ୍ନ କରିଛନ୍ତି କି, ଆପଣ କେବେ ଜୀବନ ହାରିବା ବିଷୟ‌ରେ ଚିନ୍ତା କରିଛନ୍ତି କି?

ଏହି ପ୍ରଶ୍ନର ଉତ୍ତରରେ କପିଲ ନିଜ ଜୀବନର ସେହି ସମୟକୁ ମନେ ପକାଇ କହିଛନ୍ତି, ‘ମୋ ଜୀବନରେ ଏମିତି ଏକ ସମୟ ଆସିଥିଲା କି ମୋତେ ଲାଗିଥିଲା ମୋର କେହି ଆପଣାର ନାହାନ୍ତି। ମୋତେ କେହି ବୁଝାଇବାକୁ ନାହାନ୍ତି କି ଯତ୍ନ ନେବାକୁ ନାହାନ୍ତି।କିଛିଲୋକ ଥିଲେ ଯେଉଁମାନେ କେବଳ ସ୍ବାର୍ଥ ପାଇଁ ମୋ ସହିତ ଯୋଡ଼ି ହୋଇ ରହିଥିଲେ। ସେହି ସମୟରେ ଅନେକ ଥର ଜୀବନ ହାରି ଦେବାକୁ ସ୍ଥିର କରିଥିଲି। ପରେ ମନକୁ ବୁଝାଇ ରହିଥାଏ। ଧୀରେଧୀରେ ବାଧାକୁ ଏଡେଇ ଆଗକୁ ବଢ଼ିଲି। ପରିସ୍ଥିତି ସହ କିପରି ଖାପଖୁଆଇ ଚଳିବାକୁ ହେବ ତାହା ବୁଝି ଯାଇଥିଲି। ତେଣୁ ମୁଁ ମୋ କାମ କରି ଚାଲିଲି।’