II କେନ୍ଦୁଝର ସଦର ବ୍ଲକ କଂଗ୍ରେସ ର ହାତ କୁ ହାତ ଯୋଡ କାର୍ଯ୍ୟକ୍ରମ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ll

II କେନ୍ଦୁଝର ସଦର ବ୍ଲକ କଂଗ୍ରେସ ର ହାତ କୁ ହାତ ଯୋଡ କାର୍ଯ୍ୟକ୍ରମ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ll

ତା : 22.01.2023 ରିଖ ରବିବାର କେନ୍ଦୁଝର ବ୍ଲକ ର ସମସ୍ତ ପଂଚାୟତ ର ଶତାଧିକ କଂଗ୍ରେସ ନେତୃବୃନ୍ଦ ଙ୍କୁ ନେଇ ଆସନ୍ତା ଜାନୁଆରୀ 26 ତାରିଖରୁ ଆରମ୍ଭ ହେଉଥିବା ହାତ କୁ ହାତ ଯୋଡ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ପଦ୍ମପୁର ଠାରେ ସଦର ବ୍ଲକ କଂଗ୍ରେସ ସଭାପତି ତଥା ହାତକୁ ହାତ ଯୋଡ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଉତ୍ତମ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା ଏବଂ ବୁଥ ସ୍ତରରେ କିପରି ଏହି କାଯ୍ୟକ୍ରମ ର ସଫଳ ରୂପାୟନ ହୋଇପାରିବ ସେଥିପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଥିଲା l ଏହି ବୈଠକରେ ଜିଲ୍ଲା ସଭାପତି ବିପ୍ଳବ ମିଶ୍ର ମୁଖ୍ୟ ଅତିଥି, କେନ୍ଦୁଝର ଜିଲ୍ଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ଭୁବନ ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ l ବରିଷ୍ଠ କଂଗ୍ରେସ ନେତା ପୟଧର ବେହେରା ଙ୍କ ପ୍ରାରମ୍ବିକ ଅଭିଭାଷଣ ପରେ ସାମାଜିକ ଗଣମାଧ୍ୟମ ର ଜିଲ୍ଲା ସଂଯୋଜକ ସୁଢଳ କୁମାର ସେଠି, ହରିଜନ ସେଲ ର ମୟୁରଭଞ୍ଜ ପର୍ଯ୍ୟବେକ୍ଷକ ରତ୍ନାକର ଜେନା, ଜିଲ୍ଲା ପର୍ଯ୍ୟବେକ୍ଷକ ଭୁବନ ସାହୁ ସେମାନଙ୍କ ବକ୍ତବ୍ୟ ପ୍ରଦାନ ପରେ ମୁଖ୍ୟ ଅତିଥି ଜିଲ୍ଲା ସଭାପତି ବିପ୍ଳବ ମିଶ୍ର ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ ମୋଦି ସରକାର ଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, ବେକାରୀ, ଦରଦାମ ଵୃଦ୍ଧି, ଭୁଷୁଡ଼ି ପଡ଼ିଥିବା ଅର୍ଥନୀତି, ସାମ୍ବିଧାନିକ ଅନୁଷ୍ଠାନ ମାନଙ୍କୁ ଭୂଲୁଣ୍ଠିତ କରିବା ବିରୁଦ୍ଧରେ ରାହୁଲ ଗାନ୍ଧୀ ଙ୍କ ନେତୃତ୍ୱରେ ଦେଶରେ ଚାଲିଥିବା ଭାରତ ଯୋଡ ଯାତ୍ରା ସଫଳତା ର ପୃଷ୍ଠଭୂମି ରେ ଆଗାମୀ ଜାନୁଆରୀ 26 ତାରିଖରୁ ତମାମ ଭାରତ ବର୍ଷରେ ହାତକୁ ହାତ ଯୋଡ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି l କେନ୍ଦ୍ରର ବିଜେପି ଏବଂ ରାଜ୍ୟର ବିଜେଡି ସରକାରଙ୍କ କୁଶାସନ ଏବଂ ତାଙ୍କର ସଲାକୁସ୍ତି ବିରୁଦ୍ଧରେ ଲୋକ ସମ୍ପର୍କ ଓ ସଚେତନତା ଵୃଦ୍ଧି ପାଇଁ ଓଡିଶା ର ପ୍ରତ୍ୟେକ ଗ୍ରାମ ଏବଂ ବୁଥ ସ୍ତରରେ ଦୁଇମାସ ଧରି ଏହି କାର୍ଯ୍ୟକ୍ରମ ଚାଲୁ ରହିବ l ଏହି ବୈଠକରେ ଅନ୍ୟ ମାନଙ୍କ ଭୀମସେନ ସାହୁ, ମହମଦ ୟାସିନ, ନିମାଇଁ ମାର୍ଣ୍ଡି, ଲମ୍ବୋଦର ବେହେରା, ସୁମନ୍ତ ନାଏକ, ସୂତ୍ରଧର ପାତ୍ର, ବିରଞ୍ଚି ମହାନ୍ତ, ଅନିରୁଦ୍ଧ ଦେହୁରୀ, ପରମାନନ୍ଦ ନାୟକ, ତ୍ରିନାଥ ପାତ୍ର, ଯୁଗଳ କିଶୋର ପାତ୍ର, ମଙ୍ଗୁଲୁ ଚରଣ ମହାନ୍ତ, କେଶବୀନ ନାଏକ, ପ୍ରଶାନ୍ତ କୁମାର ପାତ୍ର, ଯୋଗେଶ ପାତ୍ର, ଆଦିକନ୍ଦ ପାତ୍ର, ହିମାଂଶୁ ପାତ୍ର, ରଘୁନାଥ ପାତ୍ର, ରଂଜିତ ମୁଣ୍ଡା, ବଳରାମ ପାତ୍ର, ସତ୍ୟାନନ୍ଦ ଦେହୁରୀ, ରଘୁନାଥ ମୁଣ୍ଡା, ବନମାଳୀ ମହାନ୍ତ, ଜିତେନ୍ଦ୍ର ପାତ୍ର, ଜଗନ୍ନାଥ ମୁଣ୍ଡା, ଟୁରା ପାତ୍ର, ଶିବୁ ପାତ୍ର, ଆର୍ତତ୍ରାଣ ପାତ୍ର, ଦିଲ୍ଲୀପ କୁମାର ପାତ୍ର, ସୁରଥ ମହାନ୍ତ, ସୁରେନ୍ଦ୍ର ମହାନ୍ତ, ମୟୁରଭଞ୍ଜ ବଡ଼ସାହି ରୁ କ୍ଷୀରୋଦ ଚନ୍ଦ୍ର ପାତ୍ର ଓ କରଞ୍ଜିଆ ରୁ ଲଷ୍ମୀଧର ସିଂ ପ୍ରମୁଖ ଯୋଗଦେଇ ଆଲୋଚନା ରେ ଭାଗ ନେଇଥିଲେ l କଂଗ୍ରେସ ଦଳର ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭାରରୀୟ ଷ୍ଟେଟ ବ୍ୟାଙ୍କ ର ଅବସର ପ୍ରାପ୍ତ ମ୍ୟାନେଜେର ଉମାକାନ୍ତ ପାତ୍ର ଓ ସ୍ୱାସ୍ଥ୍ୟ ବିଭାଗର ଅବସର ପ୍ରାପ୍ତ କର୍ମଚାରୀ ବାମନ ଚରଣ ପାତ୍ର ଦଳରେ ଯୋଗ ଦେଇଥିଲେ ଏବଂ ଜିଲ୍ଲା ସଭାପତି ବିପ୍ଳବ ମିଶ୍ର ଉତ୍ତରୀୟ ପ୍ରଦାନ କରି ସେମାନଙ୍କୁ ସ୍ୱାଗତ କରିଥିଲେ l ସଭା ଶେଷରେ ବ୍ଲକ ସଭାପତି ଉତ୍ତମ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l