ଚାକିରି ଛାଡ଼ିଲେ ଆଉ ଜଣେ ଆଇଏଏସ୍
ଭୁବନେଶ୍ୱର: ଓଡ଼ିଶା କ୍ୟାଡ଼ରର ଆଉ ଜଣେ ଆଇଏଏସ୍ ଚାକିରିରୁ ଇସ୍ତଫା ଦେଇଛନ୍ତି । ଓଡ଼ିଶା କ୍ୟାଡ଼ରର ୨୦୦୯ ବ୍ୟାଚ୍ ଆଇଏଏସ ଭି.ଜୟକୁମାର ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ତାଙ୍କର ଇସ୍ତଫା ପତ୍ରକୁ ପିଛିଲା ଭାବେ ଗତ ସପ୍ତାହରେ ମଞ୍ଜୁର କରିଛନ୍ତି।
କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୯ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ଭି.ଜୟକୁମାରଙ୍କ ଇସ୍ତଫାକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ଅଲଇଣ୍ଡିଆ ସର୍ଭିସ (ଲିଭ୍) ରୁଲସ-୧୯୫୫ର ରୁଲସ ୭(୨)(କ)ର ପ୍ରାବଧାନ ଅନୁସାରେ ୨୦୨୦ ଜୁନ୍ ପହିଲାରୁ ତାଙ୍କର ଇସ୍ତଫାକୁ ମଞ୍ଜୁର କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ୨୦୨୩ ଅଗଷ୍ଟ ୧୦ତାରିଖରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଚିଠି ଲେଖି ଜୟକୁମାରଙ୍କ ଇସ୍ତଫା ଉପରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ବୋଲି ଜଣାପଡ଼ିଛି।




admin 