ଫୋନ ନେଇ ଟଏଲେଟ ଯାଉଥିଲେ ଜାଣି ରଖନ୍ତୁ
ଆମର ଦୈନଦିନ ଜୀବନରେ ଫୋନ୍ ଅଙ୍ଗାଙ୍ଗୀଭାବେ ଜଡିତ ହୋଇସାରିଲାଣି। ସକାଳୁ ନ୍ୟୁଜ ଦେଖିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ଯାଏ। ଆମେ ପ୍ରତିଟି ସେକେଣ୍ଡରେ ବି ମୋବାଇଲ ଠାରୁ ବିରତି ନେଉ ନାହୁଁ। ଏବେ ଅଧିକାଂଶ ଲୋକ ଟଏଲେଟ ଯିବା ସମୟରେ ମଧ୍ୟ ଫୋନ୍ ବ୍ୟବହାର କରୁଛନ୍ତି। ଏନେଇ ବିଶେଷଜ୍ଞମାନେ କହିଛନ୍ତି ଯେ ପୁରୁଷମାନେ ଟଏଲେଟ୍କୁ ଫୋନ୍ ନେବା ଉଚିତ୍ ନୁହେଁ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ସମସ୍ୟା ହୋଇପାରେ।
ଇଣ୍ଡିଆନ ୟୂନିଭରସିଟି ହେଲଦ୍ ଡିପାର୍ଟମେଣ୍ଟର ନ୍ୟୁରୋଲୋଜିଷ୍ଟମାନେ କହିଛନ୍ତି, ମଳ-ମୂତ୍ରରେ ବିଭିନ୍ନ ପ୍ରକାର କ୍ଷତିକାରକ ବ୍ୟାକ୍ଟେରିଆ ଓ ଭାଇରସ ରହିଥାଏ। ବ୍ୟାକ୍ଟେରିଆ ଯୁକ୍ତ ପରିସ୍ରାର ଛିଟା ବହୁତ ଦିନ ଯାଏ ଶୌଚାଳୟ ଏବଂ ସାର୍ବଜନୀନ ଶୌଚାଳୟରେ ଲାଗି ରହିଥାଏ। ବିଶେଷ କରି ସାର୍ବଜନୀନ ଟଏଲେଟ୍ ବ୍ୟକ୍ତିଗତ ଟଏଲେଟ୍ ଠାରୁ ଅପରିଷ୍କାର ରହିବା ସହ ବ୍ୟାକ୍ଟେରିଆ ହଟସ୍ପଟ୍ ହୋଇଥାଏ। ଏହି ସ୍ଥାନରେ ଇ-କୋଲାଇ, ଷ୍ଟେପୋକୋକସ୍, ହେପାଟାଇଟିସ୍ ଏ ଓ ଇ ଭଳି ଜୀବାଣୁ ପ୍ରଜନନ କରିଥାନ୍ତି। ପରିସ୍ରା କରିବା ବେଳେ ପରିସ୍ରା ଛିଟା ୩ ଫୁଟ୍ ଦୂର ଯାଏ ପଡିଥାଏ। ସେହିପରି ଟଏଲେଟ୍ରେ ଫ୍ଲଶ୍ କରିବା ସମୟରେ ଏହା ୬ଫୁଟ୍ ଦୂର ଯାଏ ଛିଟିକି ଥାଏ।
ଫିଜିକ୍ସ ଅଫ୍ ଫ୍ଲୁଏଡ୍ର ଅଧ୍ୟୟନନୁସାରେ ଟଏଲେଟ୍ରେ ଫ୍ଲଶ୍ କରିବା ସମୟରେ ୫୭ ପ୍ରତିଶତ ବ୍ୟାକ୍ଟେରିଆ ୫.୫ସେକେଣ୍ଡରେ ଆପଣଙ୍କ ପାଖକୁ ପହଞ୍ଚିପାରେ। ତେବେ ଆପଣ ଫୋନ୍ରେ ମେସେଜ୍ କରୁଥିଲେ କିମ୍ବା କିଛି ଦେଖୁଥିଲେ ଅଥବା ଫୋନରେ କଥା ହେଉଥିଲେ ପରିସ୍ରା ଛିଟା ଦ୍ୱାରା ଏହି ବ୍ୟାକ୍ଟେରିଆ ଫୋନ୍ରେ ଛିଟିକି ଥାଏ। ଫଳରେ ଆପଣଙ୍କୁ ବହୁତ ଦିନ ଯାଏ ରୋଗାକ୍ରାନ୍ତ ରଖିବାର ଆଶଙ୍କା ରହିଛି। ଡେଲି ମେଲ୍ର ଏକ ରିପୋର୍ଟ ନୁସାରେ, ୨୦୨୧ରେ ନର୍ଡବିପିଏନ୍ ଦ୍ୱାରା ୯୮୦୦ ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ରିପୋର୍ଟ ମୁତାବକ ୬୫ ପ୍ରତିଶତ ଲୋକ ଟଏଲେଟ୍ରେ ଫୋନ୍ ବ୍ୟବହାର କରିଥାନ୍ତି। ଆପଣମାନଙ୍କ ମଧ୍ୟରୁ ଅନେକଙ୍କ ଧାରଣା ରହିଛି ଯେ ଟଏଲେଟ୍ରେ ବ୍ୟବହାର କରୁଥିବା ହାତକୁ ଛାଡି ଅନ୍ୟ ହାତରେ ମୋବାଇଲ୍ ଧରିଲେ ବ୍ୟାକ୍ଟେରିଆର ସଂସ୍ପର୍ଶରେ ଆପଣ ଆସିବେ ନାହିଁ। ଏହା ସଂପୂର୍ଣ୍ଣ ଭୂଲ।




admin 