ହାତୀ ଆକ୍ରଣରେ ଆଉ ଜଣେ ମୃତ
କଟକ: ବଡମ୍ବା କୁଆଁରପାଳ ଗାଁରେ ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି କୁଆଁରପାଳ ଗାଁର ସଞ୍ଜୟ ପ୍ରଧାନ । ତାଙ୍କ ବୟସ ୩୬ବର୍ଷ ବୋଲି ଜଣାପଡ଼ିଛି । ହାତୀ ଘଉଡ଼ାଇବା ପାଇଁ ବିଳମ୍ବିତ ରାତିରେ କୁଆଁରପାଳ ପୋଖରୀ ପାଖ ଆମ୍ବ ତୋଟା ନିକଟରେ ଥିବା ସମୟରେ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।
ଗତକାଲି ମଧ୍ୟ ସମାନ ଭାବେ ସେହି ଆମ୍ବତୋଟାରେ ଅଭିମାନପୁର ଗାଁର ଜଣେ ମହିଳା କାଠ ଗୋଟାଇ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଥିଲା ।




admin 