ଦିଗପହଣ୍ଡି ଦୁର୍ଘଟଣା : ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୋଦି

ଦିଗପହଣ୍ଡି ଦୁର୍ଘଟଣା : ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୋଦି

ଭୁବନେଶ୍ଵର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଦୁର୍ଘଟଣା ନେଇ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି ପକ୍ଷରୁ ମୃତକ ଓ ଆହତଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରାଯାଇଛି। ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି। ସେହିପରି ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସେହିପରି ଦିଗପହଣ୍ଡି ଦୁର୍ଘଟଣା ମୃତକଙ୍କ ଲାଗି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଶାହା ଟ୍ଵିଟ୍ କରିଛନ୍ତି ଯେ, ମୃତାହତଙ୍କ ପରିବାରବର୍ଗଙ୍କୁ ମହାପ୍ରଭୁ ସହିବାର ଶକ୍ତି ଦିଅନ୍ତୁ।
ପ୍ରକାଶ ଥାଉକି, ବ୍ରହ୍ମପୁର ପଟୁ ଆସୁଥିବା ଏକ କନ୍ୟା ଯାତ୍ରୀ ବସକୁ ଗୁଡ଼ାରୀ ଭୁବନେଶ୍ବର OSRTC  ବସ୍ ଧକ୍କା ଦେଇଥିଲା । ବ୍ରହ୍ମପୁରରେ ଏକ ବାହାଘର ଭୋଜି ସାରି ପୋଡାମାରି ଫେରୁଥିବା ବେଳେ କଲେଜ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୧୨ ଜଣ ପ୍ରାଣ ହରାଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି ।