ଚିତ୍ରୋତ୍ପଳା ନଦୀରେ ବୁଡି ମହିଳା ମୁତ

ଚିତ୍ରୋତ୍ପଳା ନଦୀରେ ବୁଡି ମହିଳା ମୁତ

ପାଟକୁରା: ଚିତ୍ରୋତ୍ପଳା ନଦୀରେ ବୁଡି ମହିଳାଙ୍କ ମୁତ୍ୟୁ। ପାଟକୁରା ଥାନା ଅନ୍ତର୍ଗତ ବେଡାରୀ ପଞ୍ଚାୟତର ହରିଦାସପୁର ଗ୍ରାମରେ ଏଭଳି ଘଟଣା ଘଟିଛି। ଗ୍ରାମର ସବିତା ସେଠୀ (୩୨ ବର୍ଷ) ବଡି ଭୋରୁ ଚିତ୍ରୋତ୍ପଳା ନଦୀକୁ ଗାଧେଇବାକୁ ଆସି ନଦୀରେ ବୁଡି ଯାଇ ତାଙ୍କର ମୃତ୍ୟୁ ଘଟିଛି।

ସ୍ଥାନୀୟ ଲୋକମାନେ ନଦୀ କୂଳରେ ମହିଳା ପଡିଥିବା ଦେଖି ଗରଦପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମହିଳାଙ୍କୁ ନେଇ ପାଟକୁରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେତେବେଳକୁ ମହିଳାଙ୍କର ମୁତ୍ୟୁ ହୋଇଯାଇଥିଲା। ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିଛି।