ପିଲା ଜିଦିଆ ହେଲେ କଣ କରିବେ?

ପିଲା ଜିଦିଆ ହେଲେ କଣ କରିବେ?

ଯେତେବେଳେ ପିଲା କୌଣସି ଜିନିଷକୁ ନେଇ ଜିଦି କରିଥାଏ, ସେତେବେଳେ ତାକୁ ଗାଳି ଦେବା କିମ୍ବା ମାଡ଼ ଦେବା ପରିବର୍ତ୍ତେ ତା’ ସମସ୍ୟା ବୁଝିବାକୁ ଚେଷ୍ଟା କରନ୍ତୁ । ଯଦି ପିଲା କୌଣସି ଜିଦି ପୂରଣ କରିବା ପାଇଁ କାନ୍ଦିବା ବା ଚିକ୍ରାରକୁ ମାଧ୍ୟମ କରୁଥାଏ, ତେବେ ତାକୁ କାନ୍ଦିବାକୁ ଓ ଚିକ୍ରାର କରିବାକୁ ଦିଅନ୍ତୁ । ନିଜକୁ ରାଗ ଲାଗିଲେ ମଧ୍ୟ ସମ୍ଭାଳି ନିଅନ୍ତୁ । ତଥାପି ପିଲାକୁ କାନ୍ଦିବାକୁ ଦିଅନ୍ତୁ । ଫଳରେ ପିଲା ବୁଝିଯିବ ଯେ ତା’ ଜିଦିର କୌଣସି ପ୍ରଭାବ ଆପଣଙ୍କ ଉପରେ ପଡୁନାହିଁ । ତେଣୁ ସେ ଶାନ୍ତ ହୋଇଯିବ ।  

ପିଲା ଯଦି ଅଭିଭାବକଙ୍କୁ ବହୁତ ହଇରାଣ କରେ, ତେବେ ତାକୁ ଅଣଦେଖା କରିବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ସେ ଧୀରେ ଧୀରେ ଆପଣଙ୍କ ପ୍ରକୃତିକୁ ବୁଝିଯିବ । ଫଳରେ ତାକୁ ନିୟନ୍ତ୍ରଣ କରିବା ସହଜ ହୋଇଯିବ ।