ପିଲା କିପରି କରିବନି ଜିଦି ! ଜାଣନ୍ତୁ

ପିଲା କିପରି କରିବନି ଜିଦି ! ଜାଣନ୍ତୁ

ଅନେକ ସମୟରେ ପିଲାମାନେ କୌଣସି ଜିନିଷକୁ ନେଇ ଖୁବ୍‌ ଜିଦି କରିଥାନ୍ତି ଓ ଏଥିପାଇଁ କାନ୍ଦି କାନ୍ଦି ଗଡିଥାନ୍ତି ମଧ୍ୟ । ଯେଉଁଥିପାଇଁ ମା’ମାନେ ଗାଳି କରିବା ସହ ଛୁଆକୁ ମାଡ ବି ମାରିଥାନ୍ତି । ଯଦି ଆପଣ ଛୁଆକୁ ବୁଝାଇବାକୁ ଚାହାଁନ୍ତି ତେବେ ତାକୁ ସେ ବିଷୟରେ ଜଣାନ୍ତୁ ଯେ କାହିଁକି ସେହି ଜିନିଷ ଆପଣ ଦେବେନାହିଁ ଓ ଭଲରେ କଥା ହୁଅନ୍ତୁ । ପିଲା ଯଦି ତା’ କଥା ମନାଇବାକୁ ଅଭିଭାବକଙ୍କୁ ବହୁତ ହଇରାଣ କରୁଛି, ତେବେ ତାକୁ ଅଣଦେଖା କରିବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ସେ ଧୀରେ ଧୀରେ ଆପଣଙ୍କ ପ୍ରକୃତିକୁ ବୁଝିଯିବ । ଫଳରେ ତାକୁ ନିୟନ୍ତ୍ରଣ କରିବା ସହଜ ହୋଇଯିବ । ମାଡ ମାରି ବୁଝାଇଲେ କଦାପି ପିଲଶ ବୁଝିବେ ନାହିଁ । ତେଣୁ ଯେତେ ସମ୍ଭବ ଶାନ୍ତ ରହି ପରିସ୍ଥିତିକୁ ବୁଝାନ୍ତୁ ।