ପ୍ରଥମେ ଚିହ୍ନନ୍ତୁ ମଣିଷ, ନହେଲେ କରିବେ ପଶ୍ଚାତାପ : ଚାଣକ୍ୟ

ପ୍ରଥମେ ଚିହ୍ନନ୍ତୁ ମଣିଷ, ନହେଲେ କରିବେ ପଶ୍ଚାତାପ : ଚାଣକ୍ୟ

ବ୍ୟକ୍ତିକୁ ପରଖିବାର ପ୍ରମୁଖ ଗୁଣ ହେଉଛି ଚରିତ୍ର। ଯେଉଁମାନେ କୁକର୍ମ କରନ୍ତି ନାହିଁ ଏବଂ ଅନ୍ୟମାନଙ୍କ ପାଇଁ ନିଜ ମନରେ ଭୁଲ ଭାବନା ରଖନ୍ତି ନାହିଁ ସେମାନେ ଶ୍ରେଷ୍ଠ।

– ଯଦି କୌଣସି ବ୍ୟକ୍ତିର ସ୍ବଭାବ କିଭଳି ଜାଣିବାକୁ ଚାହାନ୍ତି ତେବେ ତା ମଧ୍ୟରେ କି-କି ଗୁଣ ରହିଛି ତାହା ଦେଖିବା ଜରୁରୀ । ଯଦି ବ୍ୟକ୍ତି ବେଶି ରାଗୁଥାଏ, କଥା କଥାରେ ମିଛ କହୁଥାଏ, ଅହଙ୍କାର ଭର୍ତ୍ତି ଥାଏ ଏବଂ ଅନ୍ୟର ଅପମାନ କରେ, ତେବେ ଏଭଳି ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।

– ବ୍ୟକ୍ତି କେଉଁ ପରିବାରରେ ଜନ୍ମ ନେଇଛି, ବ୍ୟକ୍ତିର କର୍ମ କିଭଳି ତାହା ଜାଣିବା ଆବଶ୍ୟକ । କାରଣ ଏହି ଜିନିଷ ଆଧାରରେ ଜଣେ ବ୍ୟକ୍ତିଙ୍କୁ ପରଖା ଯାଇ ପାରିବ।

ଚାଣକ୍ୟ କୁହନ୍ତି ଭଲ ଏବଂ ସଚ୍ଚୋଟ ବ୍ୟକ୍ତିମାନଙ୍କ ମନରେ ତ୍ୟାଗର ଭାବନା ଥାଏ। ଯିଏ ଅନ୍ୟର ସୁଖ ପାଇଁ କିଛି କରିପାରେନାହିଁ, ସେ ଭଲ ମଣିଷ ନୁହନ୍ତି। ଅନ୍ୟର ଖୁସି ପାଇଁ ନିଜର ଖୁସି ତ୍ୟାଗ କରୁଥିବା ବ୍ୟକ୍ତିକୁ ଭଲ ମଶିଷ ଭାବରେ ଗଣାଯାଏ।