ଘରେ ତିଆରି କରନ୍ତୁ ଟେଷ୍ଟି ବର୍ଫି

ଘରେ ତିଆରି କରନ୍ତୁ ଟେଷ୍ଟି ବର୍ଫି

ଆବଶ୍ୟକ ସାମଗ୍ରୀ: ସୁଜି, ଚିନି, ଗୁଆଘିଅ, ଅମୁଲ, ଡ୍ରାଏ ଫ୍ରୁଟ୍ସ, 

ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରକୁ ଗ୍ୟାସ୍‌ରେ ବସାଇ ତାହାକୁ ଗରମ କରନ୍ତୁ। ଏହାପରେ ସେଥିରେ ଗୁଆ ଘିଅ ପକାନ୍ତୁ। ଘିଅ ଗରମ ହେଲେ ସେଥିରେ ସୁଜି ପକାଇ ଧିମା ଆଞ୍ଚରେ ସୁଜିକୁ ଭାଜନ୍ତୁ। ଆସ୍ତେ ଆସ୍ତେ ସୁଜି ହାଲକା ଗୋଲଡେନ କଲର ହେବା ପର୍ଯ୍ୟନ୍ତ ତାହାକୁ ଭାଜନ୍ତୁ। ଏହାପରେ ସେଥିରେ ଚିନି ଓ ପାଣି ପକାଇ ଘାଣ୍ଟନ୍ତୁ। ଏହା ଫୁଟିବା ଆରମ୍ଭ କଲେ ଗ୍ୟାସ୍‌କୁ ସିମ୍‌ କରି ଦିଅନ୍ତୁ। ସେଥିରେ କିଛି ମିଲ୍କ ପାଉଡର ପକାଇ ପୂରା ଡ୍ରାଏ ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ।

ଏକ ଟ୍ରେରେ ଘିଅ ଲଗାଇ ତାହାକୁ ଢାଳି ଦିଅନ୍ତୁ। ଉକ୍ତ ଟ୍ରେରେ ମିଶ୍ରଣକୁ ସେଟ୍‌ କରି ତାହା ଉପରେ ଡ୍ରାଏ ଫ୍ରୁଟ୍ସ ଦେଇ ସଜାଇ ଦିଅନ୍ତୁ। ଏହାପରେ ତାହାକୁ ପିସ୍‌ ପିସ୍‌ କରି କାଟି ଦିଅନ୍ତୁ । ଏହି ମିଶ୍ରଣକୁ ଥଣ୍ଡା ହେବା ପର୍ଯ୍ୟନ୍ତ ଫ୍ରିଜରେ ରଖି ଦିଅନ୍ତୁ। ଅଧ ଘଣ୍ଟା ପରେ ତାହାକୁ ବାହାର କରି ପରିବାର ସଦସ୍ୟଓ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବରଫି।