ବିଜେପି ଲିଙ୍କରେ ବିଜେଡି ନେତା

ବିଜେପି ଲିଙ୍କରେ ବିଜେଡି ନେତା

ଭୁବନେଶ୍ୱର: ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ଏହାକୁ ନେଇ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେଡି ଓ କଂଗ୍ରେସ ନିଜ ନିଜ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି । ନିର୍ବାଚନ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ମଧ୍ୟ ରାଜ୍ୟରେ ଏକପ୍ରକାର ନିର୍ବାଚନୀ ମାହୋଲ ସୃଷ୍ଟି ହୋଇଗଲାଣି । ଏହାରି ଭିତରେ ଅନେକ ବିଜେଡି ନେତା ବିଜେପି ସମ୍ପର୍କରେ ବା ଲିଙ୍କରେ ଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ବୁଧବାର ବ୍ରହ୍ମପୁରରେ ଅନୁଷ୍ଠିତ ମୋ ଦେଶ, ମୋ ମାଟି କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି । ତେବେ ମନମୋହନଙ୍କ ଏଭଳି ଉକ୍ତି ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରଦେଇଛି । 

ଶ୍ରୀ ସାମଲ କହିଛନ୍ତି ଯେ ବିଜେଡିର ବହୁ ବରିଷ୍ଠ ନେତା ଓ ବିଧାୟକ ଏବେ ଦଳରେ ଅଣନିଶ୍ୱାସୀ ହୋଇପଡ଼ିଛନ୍ତି । ବିଜେଡିରେ କେହି ଖୁସି ନାହାନ୍ତି । ସମସ୍ତେ ଭୟ ଓ ଆତଙ୍କରେ ଅଛନ୍ତି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଦେଖାମିଳୁନାହିଁ । ଓଡ଼ିଶାରେ ଏକପ୍ରକାର ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି । ଓଡ଼ିଶାରେ ରାଜନୈତିକ ବ୍ୟବସ୍ଥା ନଷ୍ଟଭ୍ରଷ୍ଟ ହୋଇଗଲାଣି । ଏଭଳି ପରିସ୍ଥିତିରେ ଆଗାମୀ ନିର୍ବାଚନରେ ସରକାର ପରିବର୍ତ୍ତନ କରିବା ପାଇଁ ଲୋକେ ସ୍ଥିର କରିସାରିଲେଣି । ଦୁର୍ନୀତିକୁ ବିରୋଧ କରି ରାଜ୍ୟରେ ବିଜେପିର ସରକାର ଆଣିବାକୁ ସ୍ଥିର କରିଥିବା ଶ୍ରୀ ସାମଲ କହିଛନ୍ତି ।

 ଏଥିସହ ସେ କହିଛନ୍ତି ଯେ ଗଞ୍ଜାମକୁ କେନ୍ଦ୍ର ସରକାର ବହୁ ଅନୁଦାନ ଦେଇଛନ୍ତି । କିନ୍ତୁ ବିକାଶ କାର୍ଯ୍ୟ ଶୂନ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଆବାସ ଯୋଜନା ସଠିକ କାର୍ଯ୍ୟକାରୀ ହୋଇନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି ।