ବିଜେଡ଼ି ମିଶ୍ରଣ ପର୍ବ, ଜାଣନ୍ତୁ କିଏ ସାମିଲ ହେଲେ ?

ବିଜେଡ଼ି ମିଶ୍ରଣ ପର୍ବ, ଜାଣନ୍ତୁ କିଏ ସାମିଲ ହେଲେ ?

ଭୁବନେଶ୍ୱର: ବିଜେଡିରେ ସାମିଲ ହୋଇଛନ୍ତି ଝାରସୁଗୁଡ଼ା ବାର୍ ଆସୋସିଏସନର ସଭାପତି ତ୍ରିନାଥ ଗୁଆଳ । ମିଶ୍ରଣ ପର୍ବରେ ବିଜେଡିର ଉପସଭାପତି ଦେବୀପ୍ରସାଦ ମିଶ୍ର, ଶ୍ରୀ ଗୁଆଳଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଦେବୀ ମିଶ୍ର କହିଛନ୍ତି, ତ୍ରିନାଥ ଗୁଆଳ ଜଣେ ଦକ୍ଷ ନେତା । ପୂର୍ବରୁ ସେ ନିଜର ଦକ୍ଷତା ସାବ୍ୟସ୍ତ କରିସାରିଛନ୍ତି । ଆଗାମୀ ଦିନରେ ଆମ ଦଳକୁ ଏହାର ସୁଫଳ ମିଳିବ ବୋଲି ଦେବୀ ମିଶ୍ର କହିଛନ୍ତି ।

ସେହିପରି ତ୍ରିନାଥ ଗୁଆଳ କହିଛନ୍ତି, ଲୋକଙ୍କ ସେବାରେ ନିୟୋଜିତ ହେବା ପରେ ବିଜେଡିରେ ଯୋଗ ଦେଇଛି । ଏହି ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଓ ଝାରସୁଗୁଡ଼ା ପର୍ୟ୍ୟବେକ୍ଷକ ଶାରଦା ନାୟକ ଉପସ୍ଥିତ ଥିଲେ ।