ଫେସିଆଲ କରିଲେ ମଧ୍ୟ କାହିଁକି ଆସେନି ଚମକ ?

ଭୁବନେଶ୍ୱର: ବାୟୁ ପ୍ରଦୂଷଣ ଯୋଗୁଁ ଆମ ତ୍ୱଚାରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି । ପ୍ରଦୂଷଣ ପାଇଁ ତ୍ୱଚାରେ ସମସ୍ୟା ମଧ୍ୟ ଦେଖାଦେଉଛି ଯେମିତି ବ୍ରଣ, ତ୍ୱଚା ମଳିନ ପଡ଼ିଯିବା, କୁଣ୍ଡେଇ ହେବା, ଡାର୍କ ସର୍କଲ ହେବା ଇତ୍ୟାଦି । ତ୍ୱଚାକୁ ରକ୍ଷା କରିବାକୁ ହେଲେ ପ୍ରତି ମାସରେ ଫେସିଆଲ କରିବା ନିହାତି ଜରୁରୀ । କେତେଜଣଙ୍କ ତ୍ୱଚାରେ ଫେସିଆଲ କରିବା ସତ୍ତେ୍ୱ ତାଙ୍କ ମୁହଁରେ ଚମକ ଦେଖାଯାଏ ନାହିଁ । ସେମାନଙ୍କ ପାଇଁ ଏଇ କେତୋଟି ଜାଣିବା କଥା:
- ଫେସିଆଲ ପରେ ଯଦି ଆପଣ ମୁହଁରେ ବାରବାର ହାତ ମାରୁଛନ୍ତି, ତେବେ ତ୍ୱଚାରେ ସଂକ୍ରମଣ ହେବାର ଭୟ ବଢ଼ିଥାଏ । ଏମିତି କଲେ ମୁଖବ୍ରଣ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ ।
- ଅନ୍ୟ ଏକକଥା ହେଉଛି ଫେସିଆଲ କରିବା ପରେ ତୁରନ୍ତ ମେକଅପ ନେବେନି । ଯଦି ଆପଣ କୌଣସି ନିର୍ଦ୍ଧାରିତ ସମୟର ୩ଦିନ ପୂର୍ବରୁ କରିନେବେ ।
-ଫେସିଆଲ କରିସାରିବା ପରେ ଗୋଟିଏ ଦିନ ପର୍ଯ୍ୟନ୍ତ ଫେଶୱାସ କିମ୍ବା ସ୍କ୍ରବ କରନ୍ତୁ ନାହିଁ କି କୌଣସି ପ୍ରକାରର ପ୍ରସାଧନ ସାମଗ୍ରୀ ମଧ୍ୟ ବ୍ୟବହାର କରନ୍ତୁ ନାହିଁ । କେବଳ ଥଣ୍ଡା ପାଣି ଛିଟା ମୁହଁରେ ମାରିପାରିବେ । ତଉଲିଆରେ ହାଲକା ଭାବରେ ମୁହଁପୋଛନ୍ତୁ ।
- ଫେସିଆଲ କରିବା ପରେ ଖରାକୁ ବାହାରନ୍ତୁ ନାହିଁ । କାରଣ ଏହା ପରେ ତ୍ୱଚା ବହୁତ କୋମଳ ଥାଏ । ଧୂଳି, ଖରାରେ ବାହାରକୁ ଗଲେ ତ୍ୱଚାରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ଏତିପାଇଁ କୌଣସି ପ୍ରକାର ସଂକ୍ରମଣଠାରୁ ଦୂରେଇ ରହିବାକୁ ହେଲେ, ଫେସିଆଲ ପରେ ଖରାରେ ବାହାରକୁ ବାହାରନ୍ତୁ ନାହିଁ ।