ଏଆଇ ନେବ ୫% ଚାକିରି

ଏଆଇ ନେବ ୫% ଚାକିରି

ନୂଆଦିଲ୍ଲୀ : ଆଟିଫିସିଆଲ ଇଂଟେଲିଜେନ୍ସ ବା ଏଆଇର ଆର୍ବିଭାବ ପରେ ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଆଶା ରହିଛି । ତେବେ ଏନେଇ ଏକ ବିପଦ ସଂପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଇକୋନୋମିକ ଟାଇମ୍ସର ଏକ ରିପୋର୍ଟରୁ ଜଣାଯାଉଛି ଯେ ପୂର୍ଣ୍ଣକାଳୀନ ପ୍ରସୁକ୍ତି ଭୂମିକାରେ କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫ ପ୍ରତିଶତ ଚାକିରି ଆସନ୍ତା ୪ରୁ ୫ବର୍ଷ ପର୍ଯ୍ୟନ୍ତ ଏଆଇ ନେଇଯିବ । ତେବେ ଷ୍ଟ୍ରାଟେଜିକ୍‌ ଏବଂ ଡିସିସନ ମେକିଂ କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କ ଚାହିଦା ଅଧିକ ରହିବ । ସେହିପରି ଏଆଇ ଏଥିକ୍ସ ଏବଂ ସଷ୍ଟେନେବିଲିଟି ପ୍ରାକ୍ସିସ କ୍ଷେତ୍ରର ଚାକିରିର ଅଧିକ ଚାହିଦା ଦେଖାଦେବ ।