୩୨ ଛାତ୍ରୀ ଅସୁସ୍ଥ, ଡ଼ାକ୍ତରଖାନାରେ ଭର୍ତ୍ତି
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ସୋୟେମ୍ବା ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ୩୨ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସମସ୍ତଙ୍କୁ ନିକଟସ୍ଥ କେ.ବଲାଙ୍ଗ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।ଗତକାଲି ସନ୍ଧ୍ୟା ବେଳେ ୨୫ ଜଣ ଛାତ୍ରୀଙ୍କର ପେଟ କାଟିବା ସହ ଜ୍ୱର ଆସିଥିଲା। ସେମାନଙ୍କୁ କେ.ବଲାଙ୍ଗ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।
ଆଜି ସକାଳେ ହଷ୍ଟେଲରେ ଥିବା ୭ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲା। ସେମାନଙ୍କୁ ବି ଜ୍ୱର ଆସିବା ସହ ଝାଡ଼ାବାନ୍ତି ହୋଇଥିଲା। ସେମାନଙ୍କ ଆଜି ସକାଳେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସାପରେ ସମସ୍ତ ଛାତ୍ରୀ ସୁସ୍ଥ ଅଛନ୍ତ ବୋଲି କେବଳାଙ୍ଗ ମେଡିକାଲର ଡାକ୍ତର କଳାକାନ୍ତ ମହାନ୍ତ କହିଛନ୍ତି । ସେ କହିଛନ୍ତି, ପ୍ରବଳଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପିଲାମାନେ ଠିକ୍ ଭାବରେ ନ ଖାଇବା ଓ ଅଳ୍ପ ପାଣି ପିଇବା ଦ୍ୱାରା ଏପରି ହୋଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ସେମାନଙ୍କୁ ଆଜି ଗୋଟିଏ ଦିନରେ ଡାକ୍ତରଖାନାରେ ରଖାଯିବ। ଗତକାଲି ସେମାନେ ହଷ୍ଟେଲକୁ ଫେରିଯିବେ।




admin 