ବନ୍ଦ ଘରୁ ତିନିଜଣଙ୍କ ମୃତଦେହ ଠାବ

ବନ୍ଦ ଘରୁ ତିନିଜଣଙ୍କ ମୃତଦେହ ଠାବ

ସମ୍ବଲପୁର: ସମ୍ବଲପୁରରେ ଚାଞ୍ଚଲ୍ୟ। ବନ୍ଦ ଘରୁ ତିନିଜଣଙ୍କ ମୃତଦେହ ଠାବ କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କ ୪ବର୍ଷର ଝିଅ ଓ ୭ବର୍ଷର ପୁଅ ରହିଛନ୍ତି। ଗତ ୧୫ଦିନ ହେଲା ଘରଟି ବାହାରୁ ତାଲା ପଡି ବନ୍ଦ ରହିଥିଲା। ମୃତ ମହିଳାଙ୍କ ସ୍ବାମୀଙ୍କୁ ପୂର୍ବରୁ ଦେହାନ୍ତ ହୋଇଥିବା ବେଳେ, ଛୋଟଛୋଟ ଦୁଇଟି ଶିଶୁଙ୍କୁ କିଏ ଓ କାହିଁକି ହତ୍ୟା କଲା ତାର ତଦନ୍ତ କରୁଛି ଧନୁପାଲ୍ଲୀ ଥାନା ପୋଲିସ। ମୃତ ମହିଳାଙ୍କ ନାମ ସାଜିଆ ପରବୀନ। ମୃତକଙ୍କ ପଡୋଶୀଙ୍କ କହିବା ହେଲା ଦୀର୍ଘଦିନ ଧରି ଜଣେ ରଙ୍ଗମିସ୍ତ୍ରୀ ମହିଳାଙ୍କ ଘରକୁ ଯିବା ଆସିବା କରୁଥିଲେ। ହେଲେ କିଛି ଦିନ ହେଲା ସେ ଆଉ ଆସୁନଥିବାରୁ ଏହି ହତ୍ୟାକାଣ୍ଡ ପଛରେ ତାଙ୍କର ହାତ ଥିବା ସନ୍ଦେହ କରାଯାଉଛି।

୧୫ଦିନ ତଳେ ହତ୍ୟାକାଣ୍ଡ ହୋଇଥିବାରୁ ତିନୋଟି ମୃତ ଦେହ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଘରୁ ପଚା ଗନ୍ଧ ବାହାରୁଥିଲେ ମଧ୍ୟ, ତଳମହଲାରେ କୁକୁଡା ମାଂସ ଦୋକାନ ଥିବାରୁ, ଘରୁ ବାହାରୁଥିବା ଗନ୍ଧକୁ କିଏ ବାରି ପାରିନଥିଲେ। ହେଲେ ତଳ ମହଲାରେ ଥିବା ଦୋକାନୀ ପୋଲିସକୁ ଖବର ଦେଇଥିଲେ।